
ଗୁରୁଗ୍ରାମ : ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ ସପିଂ ସାରି ସୋହନା ରୋଡରୁ ଫେରୁଥିଲେ। ବାଟିକା ଛକରେ ଫଚ୍ୟୁନର ଗାଡ଼ିକୁ ତୀବ୍ର ଗତିରେ ଆସୁଥିବା ଏକ ଗାଡ଼ି ଧକ୍କା ଦେଇଥିଲା। ଦୁର୍ଘଟଣାରେ ସପନାଙ୍କୁ ଆଘାତ ଲାଗିନାହିଁ। ତେବେ ସପନା ବିନା କୌଣସି ପୋଲିସ ଅଭିଯୋଗ କରି ଗାଡ଼ି ଡ୍ରାଇଭରଙ୍କ ସାଙ୍ଗରେ ପଳାଇଥିଲେ।
ମିଳିଥିବା ସୂଚନାନୁସାରେ, ଗୁରୁବାର ସନ୍ଧ୍ୟାରେ ସପନା କାରରେ ଡ୍ରାଇଭରଙ୍କ ସାଙ୍ଗରେ ଆସୁଥିଲେ। ପଛ ପଟୁ ତୀବ୍ର ଗତିରେ ଆସୁଥିବା ଏକ ଗାଡ଼ି ସପନାଙ୍କ ଫଚ୍ୟୁନର ଗାଡ଼ିକୁ ଧକ୍କା ଦେଇଥିଲା। ଏହାପରେ ଘଟଣାସ୍ଥଳରୁ ଅନ୍ୟ ଗାଡ଼ି ଚାଳକ ଫେରାର୍ ହୋଇଯାଇଥିଲା। ଫଳରେ ଗାଡ଼ିର ନମ୍ବର କି ଚାଳକର ପରିଚୟ ମିଳିପାରିନାହିଁ।
ଦୁର୍ଘଟଣାରେ ସପନାଙ୍କ ଗାଡ଼ି ଅଳ୍ପ କ୍ଷତିଗ୍ରସ୍ତ ହୋଇଛି। ବାଦଶାହପୁର ଥାନା ଅଧିକାରୀ ମୁକେଶ କହିଛନ୍ତି କି ତାଙ୍କ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ଯଦି ଅଭିଯୋଗ ଆସିଥାନ୍ତା ତାହେଲେ ସେମାନେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ।
ସୂଚନାଯୋଗ୍ୟ ଯେ, ହରିୟାଣାର ଲୋକପ୍ରିୟ ଡ୍ୟାନ୍ସର ତଥା ଗାୟିକା ସପନା ଚୌଧୁରୀ କିଛି ଦିିନ ତଳେ ବିଜେପିରେ ସାମିଲ୍ ହୋଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କେବଳ ସେତିକି ନୁହେଁ, ସପନାଙ୍କର ଡ୍ୟାନ୍ସ କରିବାର ଅନ୍ଦାଜ୍ ତାଙ୍କୁ ନିଆରା ପରିଚୟ ଦେଇଛି । ଭୋଜପୁରୀ ଆଇଟମ ନମ୍ବରରେ ସପନାଙ୍କ ଡ୍ୟାନ୍ସ ଫ୍ୟାନଙ୍କୁ ପାଗଳ କରେ । ଏହାସହ ସପନାଙ୍କ ଡ୍ୟାନ୍ସ ୟୁଟ୍ୟୁବରେ ବେଶ୍ ଲୋକପ୍ରିୟତା ପାଇଛି ।