ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ

ମଥୁରାନଗରୀ: ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ଉଦ୍‌ଘାଟିତ ହୋଇଯାଇଛି। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ରାଜ୍ୟସଭା ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ, କାର୍ଯ୍ୟକାରୀ ସଭାପତି ତଥା ଏସପି ପଦ୍ମିନୀ ସାହୁ, ସମ୍ପାଦକ ସୁରେଶ୍ୱର ଶତପଥୀ, ରାଜ ଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂ, ସାଂସ୍କୃତିକ କମିଟି ଆବାହକ ଗୋପାଳକୃଷ୍ଣ ଦାଶ, କଳାକାର ଉପଦେଷ୍ଟା ସମନ୍ବୟ ସମିତି ସହ ଆବାହକ ଅଶୋକ ବେହେରା, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ସଦସ୍ୟ ଚୈତନ୍ୟ ପାଇକ, ପୂର୍ବତନ ପୌର ଉପାଧ୍ୟକ୍ଷା କଳ୍ପନା ମାଝି ପ୍ରମୁଖ ଉପସ୍ଥିତ ଥିଲେ। ଉଦ୍‌ଘାଟନ ପରେ ବରଗଡ଼ ସହର ମଥୁରାନଗରୀ ପାଲଟି ଯାଇଥିବାବେଳେ କଂସଙ୍କ ରାଜୁତି ଆରମ୍ଭ ହୋଇଛି।

Leave a Reply

Your email address will not be published. Required fields are marked *