ନୂଆବର୍ଷରେ ବଢିଲା ଟ୍ରେନ୍ ଭଡା

ନୂଆଦିଲ୍ଲୀ: ନୂଆବର୍ଷରେ ରେଳଯାତ୍ରୀଙ୍କୁ ଝଟ୍‌କା ଦେଇଛନ୍ତି ସରକାର। ୧ରୁ ୪ ପଇସା ପର୍ଯ୍ୟନ୍ତ ରେଳ ଭଡ଼ା ବୃଦ୍ଧି ପାଇଛି। ବର୍ଦ୍ଧିତ ରେଳ ଭଡ଼ା ମଧ୍ୟରାତ୍ରିରୁ ଲାଗୁ ହୋଇଛି।

ତା’ହେଲେ ଆସନ୍ତୁ ଜାଣିବା କେଉଁ ଟ୍ରେନ୍‌ ପାଇଁ କେତେ ଟଙ୍କା ରେଳଭଡ଼ା ବୃଦ୍ଧି ପାଇଛି… 

  • ସମସ୍ତ AC ବଗିରେ ଯାତ୍ରା ପାଇଁ କିଲୋମିଟରକୁ ୪ ପଇସା ବୃଦ୍ଧି କରାଯାଇଛି।
  • ନନ୍-ଏସି ମେଲ୍ ଏବଂ ଏକ୍ସପ୍ରେସ୍‌ ଯାତ୍ରା ପାଇଁ କିଲୋମିଟର ପିଛା ୨ ପଇସା ବୃଦ୍ଧି ହୋଇଛି।
  • ଫାଷ୍ଟ କ୍ଲାସ୍, ସେକେଣ୍ଡ କ୍ଲାସ୍ ଓ ସ୍ଲିପର୍ କ୍ଲାସ୍ ଅର୍ଡିନାରିରେ ୧ ପଇସା ବୃଦ୍ଧି ହୋଇଛି।

ତେବେ ପାସେଞ୍ଜର ଟ୍ରେନ୍‌ ପାଇଁ ଭଡ଼ା ବୃଦ୍ଧି କରାଯାଇନାହିଁ। ସେହିପରି ସିଜ୍‌ନାଲ୍‌ ଟିକେଟ୍ କରିଥିବା ଯାତ୍ରୀଙ୍କ ପାଇଁ ବର୍ଦ୍ଧିତ ଭଡା ଲାଗୁ ହେବ ନାହିଁ।

Leave a Reply

Your email address will not be published. Required fields are marked *