୨୦୨୦ର ପ୍ରଥମ ଦିନରେ ମାଲ୍ୟାଙ୍କୁ ଝଟ୍‌କା: ନିଲାମ ହେବ ସମ୍ପତ୍ତି

Photo: Aaj Tak (File Photo)

ମୁମ୍ବାଇ : ନୂଆବର୍ଷ ୨୦୨୦ର ପ୍ରଥମ ଦିନରେ ପଳାତକ ଘୋଷିତ ୟୁବିଗ୍ରୁପ୍‌ର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ମିଳିଛି। ମୁମ୍ବାଇର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ  ମାଲ୍ୟାଙ୍କ ସମ୍ପତ୍ତି ନିଲାମ ପାଇଁ ଏସ୍‌ବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲାମ ଟଙ୍କାରେ ମାଲ୍ୟାଙ୍କ ଅନାଦେୟ ଋଣର ପୈଠ ହେବ। ତେବେ ଏହି ରାୟ ପିଏମ୍‌ଏଲ୍‌ଏ କୋର୍ଟ ପକ୍ଷର ଉପରେ ଜାନୁୟାରୀ ୧୮ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏହି ସମୟ ମଧ୍ୟରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅପିଲ୍‌ କରିପାରିବେ। ସୂଚନାଯୋଗ୍ୟ, ଚଳିତ ମାସରେ ଲଣ୍ଡନ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ରାୟ ଦେବେ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *