ବରଫ ପାହାଡ ଉପରୁ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ନୂଆବର୍ଷ ପାଳିବା ପାଇଁ ସୁଇଜରଲାଣ୍ଡରେ ପହଞ୍ଚିଛନ୍ତି। ସେଠାରେ ବରଫ ପାହାଡ ଉପରେ ଛିଡା ହୋଇ ବିଶ୍ୱବାସୀଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଛନ୍ତି। ଅନୁଷ୍କାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ବିରାଟ ନବବର୍ଷ ଶୁଭେଚ୍ଛା ଜଣାଉଥିବାବେଳେ ଅନୁଷ୍କା ତାଙ୍କୁ କୋଳାଗ୍ରତ କରିଥିଲେ। ସୁଇଜରଲାଣ୍ଡ ଗସ୍ତର ଉଭୟ ପ୍ରତିଦିନ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବାର ଦେଖାଯାଇଛି। ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପୂର୍ବରୁ ଭାରତୀୟ ଦଳର ଅଧିକାଂଶ ଖେଳାଳି ନୂଆବର୍ଷ ପାଳନ ପାଇଁ ବିଭିନ୍ନ ଯାଗା ବୁଲିବାକୁ ଯାଇଛନ୍ତି।

Leave a Reply

Your email address will not be published. Required fields are marked *