ଚିଲିକା ଡଙ୍ଗାବୁଡି ଘଟଣା: ସମସ୍ତ ଯାତ୍ରୀ ଉଦ୍ଧାର, ୬ ଗୁରୁତର

ଚିଲିକା:  ଆଜି ଚିଲିକା ହ୍ରଦରେ କାଳିଯାଇରୁ ଫେରୁଥିବା ଏକ ଡଙ୍ଗା ବୁଡିଯାଇଥିଲା। ଏଥିରେ ୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ବାଲୁଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାସହ ନିଖୋଜ ଥିବା ୧୮ଜଣଙ୍କୁ ଉଦ୍ଧାର କରାଯାଇଛି।

ସୂଚନାନୁସାରେ, ଆଜି ୩ଟି ଡଙ୍ଗାରେ ପ୍ରାୟ ୪୦ଜଣ ଯାତ୍ରୀ କାଳିଯାଇକୁ ପିକନିକ୍ କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ସମୟରେ କାଳିଯାଇ ଗଣ୍ଡ ନିକଟରେ ଗୋଟିଏ ଡଙ୍ଗା ବୁଡି ଯାଇଥିଲା। ଏହି ଡଙ୍ଗାରେ ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଥିଲେ। ତେବେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡିଥିବା କୁହାଯାଉଛି।

ଡଙ୍ଗା ଓଲଟି ପଡିବାରୁ ୬ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲା। ଏହାସହ ୧୮ଜଣ ନିଖୋଜ ହୋଇଯାଇଥିଲେ। ଖବର ପାଇ ତୁରନ୍ତ ସ୍ଥାନୀୟ ମତ୍ସ୍ୟଜୀବୀ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଆମ୍ଭ କରିଥିଲା। ତେବେ ସମସ୍ତ ନିଖୋଜଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *