୫-୦ରେ ସିରିଜ କ୍ଲିନ୍ ସ୍ୱିପ୍ କଲା ଭାରତ

ବେଓଭାଲ:  ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟି୨୦ରେ ଭାରତ ବିଜୟୀ ହୋଇଛି। ଭାରତ ସିରିଜରେ ଏହି ମ୍ୟାଚ ଜିତିବା ସହ ୫-୦ରେ ସିରିଜକୁ କ୍ଲିନ୍ ସ୍ୱିପ୍ କରିଛି। ୧୬୪ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା କିଓ୍ୱି ୧୫୬ ରନ କରିବାରେ ସକ୍ଷମ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ କେଏଲ ରାହୁଲ ଓ ସଞ୍ଜୁ ସାମସନ କ୍ରିଜକୁ ଓହ୍ଲାଇଥିଲେ। ତେବେ ସାମସନ ପୂର୍ବ ମ୍ୟାଚ ଭଳି ନିରାଶ କରିଥିଲେ। ସେ ୨ରନ କରି ଆଉଟ ହୋଇଥିଲେ। ଏହାପରେ ରୋହିତ ଶର୍ମା କ୍ରିଜକୁ ଆସିଥିଲେ। ସେ ରାହୁଲଙ୍କ ସହ ମିଶି ସ୍କୋରକୁ ଆଗକୁ ନେଇଥିଲେ। ଏହାପରେ କେଏଲ ରାହୁଲ ଆଉଟ ୪୫ ରନ କରି ଆଉଟ ହୋଇଥିଲେ। ରୋହିତ ମଧ୍ୟ ୪୧ ବଲରୁ ଦ୍ରୁତ ୬୦ ରନ କରି ରିଟାୟାର୍ଡ ହର୍ଟ ହୋଇଥିଲେ। ତେବେ ଶ୍ରେସୟ ଆୟାର  ଶିବମ ଦୁବେ ଦଳର ସ୍କୋରକୁ ୧୬୩ରେ ପହଁଚାଇଥିଲେ। ଶ୍ରେୟସ ୩୩ ରନ କରି ନଟ ଆଉଟ ରହିଥିଲେ। ଫଳରେ ସ୍କୋର ୧୬୩ରେ ପହଁଚିଥିଲା।

ଜବାବରେ ୧୬୪ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ମାର୍ଟିନ ଗୁପ୍ଟିଲ ୨ ରନ କରି ଆଉଟ ହୋଇଥିବା ବେଳେ କୋଲିନ ମୁନରୋ ୧୫ ଓ ଟମ ବ୍ରୁସ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ। ତେବେ ଟିମ୍ ସେଇଫର୍ଟ ଦଳର ସ୍ଥିତି ସମ୍ଭାଳିଥିଲେ। ଉଭୟେ ମିଶି ଭଲ ପାର୍ଟନର ସିପ୍ କରିଥିଲେ। ଟେଲର ୫୩ ରନ କରିଥିବା ବେଳେ ସେଇଫର୍ଟ ୫୦ ରନ କରି ପ୍ୟାଭିଲିଟନ ଫେରିଥିଲେ। ଏହାପରେ ଶେଷକ୍ରମ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଭାରତୀୟ ବୋଲିଂ ଆଗରେ ସେମାନେ ତିଷ୍ଠି ପାରିନଥିଲେ। ଗୋଟିଏ ସମୟରେ ବିଜୟର ଦ୍ୱାର ଦେଶରେ ଥିବା କିଓ୍ୱି ପରାଜୟର ସ୍ୱାଦ ଚାଖିଥିଲା। ଦଳ ନିର୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୧୫୬ ରନ କରିପାରିଥିଲା।

ଭାରତ ପକ୍ଷରୁ ଜସପ୍ରିତ ବୁମରାହ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ନବଦୀପ ସାଇନି ଓ ଶର୍ଦୁଳ ଠାକୁର ୨ଟି, ଓ୍ୱାଶିଂଟନ ସୁନ୍ଦର ଗୋଟିଏ ଓ୍ୱିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *