ଭୂକମ୍ପରେ ଥରିଲା ଚାଇନା: ରିକ୍ଟର ସ୍କେଲରେ ତୀବ୍ରତା ୫.୧

ବେଜିଂ : ଗୋଟିଏ ପଟେ କରୋନା ଭାଇରସ୍‌ର ଆତଙ୍କ ଚାଇନାର ମୁଣ୍ଡ ବ୍ୟାଥାର କାରଣ ପାଲଟିଥିବା ବେଳେ ଏବେ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି। ସୋମବାର ଦକ୍ଷିଣ-ପଶ୍ଚିମ ଚାଇନାର ଶିଚୁଆନ ପ୍ରାନ୍ତରେ ଥିବା କ୍ୟୁଇଙ୍ଗ୍‌ଓ୍ବାଇଜିଆଙ୍ଗ୍‌ ଜିଲାରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରହିଥିବା ବେଳେ ଏହାର ଝଟ୍‌କା ୧୦ରୁ ଊର୍ଦ୍ଧ୍ୱ ସେକେଣ୍ଡ ଅନୁଭୂତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ହେବା ସମୟରେ ଲୋକମାନେ ଭୟଭୀତ ଅବସ୍ଥାରେ ବାହାରକୁ ଅବା ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଅପରପକ୍ଷେ ଭୂକମ୍ପ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡିକରେ ୧୫୦ ଉଦ୍ଧାରକାରୀ ଦଳ ଓ ୩୪ଟି ଗାଡ଼ି ପଠାଯାଇଥିବା ନେଇ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ସେହିପରି ଶିଚୁଆନ ପ୍ରାନ୍ତର ରାଜଧାନୀ ଚେଙ୍ଗଦୁ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପ ହେବା ସମୟରେ ଲୋକମାନେ ଭୟଭୀତ ହୋଇ ମାସ୍କ ପିନ୍ଧି ବାହାରକୁ ପଳାଇଥିଲେ।

Leave a Reply

Your email address will not be published. Required fields are marked *