ବିରାଟ ବନ୍ଧୁତା: ପଡିଆ ଭିତରେ କଡ଼ା ଟକ୍କର, ବାହାରେ ବନ୍ଧୁତା

ମାଉଣ୍ଟ ମାଉଁଗାନୁଇ : ଅନ୍ତିମ ଟି୨୦ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୭ ରନରେ ପରାସ୍ତ କରି ଭାରତ ପାଞ୍ଚମ୍ୟାଚ ବିଶିଷ୍ଟ ଟି୨୦ ସିରିଜକୁ ୫-୦ରେ ମୂଳପୋଛ କରିଛି। ଶେଷ ମ୍ୟାଚରେ ଅଧିନାୟକ ବିରାଟ କୋହଲି ବିଶ୍ରାମ ନେଇଥିଲେ। ତାଙ୍କ ସ୍ଥାନରେ ଦଳର ନେତୃତ୍ୱ ନେଇଥିଲେ ରୋହିତ ଶର୍ମା। ପ୍ରତିଦ୍ୱନ୍ଦୀ ଅଧିନାୟକ କେନ ୱିଲିୟମସନଙ୍କ ମଧ୍ୟ ଆହତ କାରଣରୁ ମ୍ୟାଚରୁ ବାଦ୍‌ ପଡିଥିଲେ। ଯଦିଓ ଉଭୟ ଏହି ମ୍ୟାଚ୍‌ ଖେଳୁ ନ ଥିଲେ କିନ୍ତୁ ପଡିଆ ବାହାରେ ବସି ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିବା ଦେଖାଯାଇଥିଲା। ଦୁଇ ଖେଳାଳି ଏକାଠି ବସି ବାଉଣ୍ଡ୍ରୀ ନିକଟରେ ମ୍ୟାଚ ଦେଖିଲେ। ସେମାନଙ୍କ ସହ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଧ୍ୟ ବସିଥିଲେ। କ୍ରିକେଟ ମଇଦାନରେ ଅନେକ ସମୟରେ ଦୁଇ ଦଳର ଖେଳାଳିମାନେ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖନ୍ତି। କିନ୍ତୁ ବିରାଟ ଏବଂ ଓ୍ବିଲିମସନଙ୍କ କ୍ଷେତ୍ରରେ ତାହା ଘଟିନାହିଁ। ଉଭୟ ବେଶ୍‌ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଗପସପ କରୁତତ୍ବାର ଦେଖାଯାଇଥିଲା। ଏହି ଫଟୋ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ବିସିସିଆଇ ତା’ର ଅଫିସିଆଲ ଟୁଇଟର୍‌ ହ୍ୟାଣ୍ଡଲରେ ଏହି ଫଟୋକୁ ଶେଆର୍‌ କରିଛି ଏବଂ ଏଥିରେ କ୍ୟାପସନ ଦେଇ ଲେଖିଛି ଯେ ‘ସ୍ପିରିଟ ଅଫ କ୍ରିକେଟ’।

Leave a Reply

Your email address will not be published. Required fields are marked *