AAPର ନିର୍ବାଚନୀ ଇସ୍ତାହାର : ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା, ସ୍କୁଲରେ ପଢାଯିବ ଦେଶଭକ୍ତିର ପାଠ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି(ଆପ୍) ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏହି ସମୟରେ ଆପ୍ ନେତା ଓ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଏହି ମାନିଫେଷ୍ଟୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଦିଲ୍ଲୀର ଭବିଷ୍ୟତ ଭିଜନ ସାମିଲ ରହିଛି। ସାଧାରଣ ଲୋକଙ୍କୁ ଗାରିମାପୂର୍ଣ୍ଣ ଜୀବନ ପାଇଁ ଆମ ଆଦମୀ ସଂକଳ୍ପ ନେଇଛି। ଦିଲ୍ଲୀରେ ଆମର ସରକାର ଆମ ଲୋକଙ୍କୁ କିପରି ସାହାର୍ଯ୍ୟ କରିପାରିବେ ଏହାର ବାଟ ବାହାରିଛି।

ସିସୋଦିଆ କହିଛନ୍ତି, ଜନଲୋକପାଳ ବିଲକୁ ପାସ୍ କରିବାପାଇଁ ଆମ ଆଦମୀ ପାର୍ଟିର ସରକାର ସଂଘର୍ଷ ଜାରି ରଖିବ। ଏହାଛଡା ଦଳ ସ୍ବରାଜ ବିଲ୍ ଆଣିବ। ରାସନ କାର୍ଡକୁ ଡୋର ଷ୍ଟେପ୍ ଡେଲିଭରି ସରକାର ଆରମ୍ଭ କରିବେ। ଆଗାମୀ ୫ ବର୍ଷରେ ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ତୀର୍ଥଯାତ୍ରା କରାଯିବ। ସେଭଳି ଶିକ୍ଷା ପ୍ରସଙ୍ଗରେ ସିସୋଦିଆ କହିଛନ୍ତି, ଦିଲ୍ଲୀର ସରକାରୀ ସ୍କୁଲରେ ଦେଶଭକ୍ତି ପାଠ ପଢଯିବ, ଯାହାଫଳରେ ପିଲାମାନେ ଦେଶର ସେନା, ଭାରତର ମୂଳତତ୍ତ୍ବକୁ ଭଲପାଇ ପାରିବେ।

ଯୁବପୀଢିଙ୍କୁ ଉପଯୁକ୍ତ ଭବିଷ୍ୟତ ଦେବାପାଇଁ ସ୍ପୋକେନ୍ ଇଲିଂସକୁ ପ୍ରୋତ୍ସାହନ ଦିଆଯିବ। ଏହି ମାନିଫେଷ୍ଟୋରେ ୨୪ ଘଣ୍ଟା ୨୦୦ ୟୁନିଟ୍ ବିଦ୍ୟୁତ ଜାରି ରହିବ ବୋଲି କୁହାଯାଇଛି। ଏହାଛଡା ସମ୍ପୂର୍ଣ୍ଣ ଦିଲ୍ଲୀରେ ମୁମ୍ବାଇ ଢାଞ୍ଚାରେ ୨୪ ଘଣ୍ଟିଆ ମାର୍କେଟ ଖୋଲା ରହିବା କଥା ମଧ୍ୟ କୁହାଯାଇଛି। ଦିଲ୍ଲୀ ମେଟ୍ରୋକୁ ବିଶ୍ବର ସବୁଠାରୁ ବଡ ମେଟ୍ରୋ ନେଟଓ୍ବର୍କ କରାଯିବ। ମେଟ୍ରୋର ପରିସର ୫୦୦ କିଲୋମିଟରରୁ ଅଧିକ ବଢାଯିବ।

ଦିଲ୍ଲୀର ରାସ୍ତାକୁ ଆଧୁନିକ  ଭାବରେ ତିଆରି କରାଯିବ। ୧ ବର୍ଷରେ ୪୦ କିଲୋମିଟର ଲମ୍ବା ସଡକ ପାଇଲଟ୍ ପ୍ରୋଜେକ୍ଟରେ ତିଆରି କରାଯିବ। ଏହା ସହିତ ଡ୍ୟୁଟି ସମୟରେ ସଫେଇ କର୍ମଚାରୀଙ୍କ ମୃତ୍ୟୁ ହେଲେ ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ଆପର ନିର୍ବାଚନୀ ଇସ୍ତାହାରରେ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *