ଅଣ୍ଡର-୧୯ ୱର୍ଲ୍ଡ କପ୍: ଫାଇନାଲରେ ଭାରତ

ନୁଆଦିଲ୍ଲୀ: ଭାରତ ଅଣ୍ଡର-୧୯ ୱର୍ଲ୍ଡ କପର ସେମିଫାଇନାଲରେ ପାକିସ୍ତାନକୁ ୧୦ ୱିକେଟରେ ହରାଇ ଦେଇଛି । ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ୭ମ ଥର ପାଇଁ ଫାଇନାଲରେ ପହଞ୍ଚି ଯାଇଛି । ଅନ୍ୟପଟେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଇତିହାସରେ ଲଗାତର ୪ର୍ଥ ପାଇଁ ପରାସ୍ତ ହୋଇଛି । ମଙ୍ଗଳବାର ଦକ୍ଷିଣ ଆଫ୍ରିକାରେ ପାକିସ୍ତାନ ପ୍ରଥମ ବ୍ୟାଟିଂ କରି ୪୩ ଓଭରରେ ୧୭୨ ରନ୍ କରିଥିଲା । ଭାରତ ୩୫.୨ ଓଭରରେ ବିନା ୱିକେଟ ହରାଇ ୧୭୬ ରନ୍ ସହିତ ବିଜୟ ହାସଲ କରିଛି ।

ଭାରତ ପାଇଁ ମ୍ୟାଚରେ ଓପନର ୟଶସ୍ୱୀ ଜୟସୱାଲ୍ ୧୦୫ ଓ ଦିବ୍ୟାଶଂ ସକସେନା ୫୯ ରନ୍ ସଂଗ୍ରହ କରିଛନ୍ତି । ଉଭୟ ପ୍ରଥମ ୱିକେଟ ପାଇଁ ୧୭୬ ରନର ପାର୍ଟନରସିପ୍ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଓପନିଂ ୱିକେଟ୍ ପାଇଁ ଏହା ସବୁଠାରୁ ବଡ ପାର୍ଟନରସିପ୍ । ଯଶସ୍ୱୀ ଓ ଦିବ୍ୟାଶଂ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଶତକୀୟ ପାର୍ଟନରସିପ୍ କରିଛନ୍ତି ।

ଅଣ୍ଡର-୧୯ ୱର୍ଲ୍ଡ କପରେ ଭାରତ vs ପାକିସ୍ତାନ

ମସିହାରେଜଲ୍ଟ
୧୯୮୮ପାକିସ୍ତାନ ୬୮ ରେ ଜିତିଲା
୧୯୯୮ଭାରତ ୫ ୱିକେଟରେ ଜିତିଲା
୨୦୦୨ପାକିସ୍ତାନ ୨ ୱିକେଟରେ ଜିତିଲା
୨୦୦୪ (ସେମିଫାଇନାଲ୍)ପାକିସ୍ତାନ ୫ ୱିକେଟରେ ଜିତିଲା
୨୦୦୬(ଫାଇନାଲ)ପାକିସ୍ତାନ ୩୮ରନରେ ଜିତିଲା
୨୦୧୦(କ୍ୱାର୍ଟରଫାଇନାଲ)ପାକିସ୍ତାନ ୨ ୱିକେଟରେ ଜିତିଲା
୨୦୧୨(କ୍ୱାର୍ଟରଫାଇନାଲ)ଭାରତ ୧ ୱିକେଟରେ ଜିତିଲା
୨୦୧୪ଭାରତ ୪୦ ରନରେ ଜିତିଲା
୨୦୧୮(ସେମିଫାଇନାଲ)ଭାରତ ୨୦୩ ରନରେ ଜିତିଲା
୨୦୧୯(ସେମିଫାଇନାଲ)ଭାରତ ୧୦ ୱିକେଟରେ ଜିତିଲା

Leave a Reply

Your email address will not be published. Required fields are marked *