ସାମିଙ୍କୁ ସମାଲୋଚନା କଲେ ମୁସଲିମ୍ ମୌଳବାଦୀ: କହିଲେ, ‘ଝିଅକୁ ଯଦି ହିନ୍ଦୁ ପୋଷାକ ପିନ୍ଧାଉଛ ତେବେ ଧର୍ମ ଛାଡ’

ନୁଆଦିଲ୍ଲୀ : ନିଜ ଝିଅ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିବାକୁ ନେଇ ଏବେ ବିବାଦରେ ମହମ୍ମଦ ସାମି । କ୍ରିକେଟର ମହମ୍ମଦ ସାମି ନିଜ ଝିଅର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହାକୁ ନେଇ ସାମିଙ୍କୁ ଟାର୍ଗେଟ୍ କରିଛନ୍ତି ଇସଲାମ ଧର୍ମାବଲମ୍ବୀ ।

ସାମି ନିଜ ଝିଅ ଆୟରାର ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । କୁନି ଝିଅଟି ହଳଦୀ ରଙ୍ଗର ଶାଢୀରେ ନଜର ଆସୁଛି । ପୂଜା ଷ୍ଟଲ୍ ପାଖରେ ମହମବତୀ ଓ ଧୂପ ନିକଟରେ ଠିଆ ହୋଇଛି ଝିଅଟି । ଫଟୋରୁ ଜଣା ପଡୁଛି ସେ ନିଜ ସ୍କୁଲରେ ସରସ୍ୱତୀ ପୂଜା ପାଳନରେ ସାମିଲ ହୋଇଛି । ସ୍କୁଲ କଲେଜ ମାନଙ୍କରେ ମଧ୍ୟ ବଡ ଧୁମଧାମରେ ସରସ୍ୱତୀ ପୂଜା ପାଳନ କରାଯାଏ ।

ସମସ୍ତେ ସାମିଙ୍କ ଝିଅର କ୍ୟୁଟ୍ ଫଟୋକୁ ବହୁତ ପ୍ରଶଂସା କରିଛନ୍ତି ତେବେ କିଛି ଏହାକୁ ସମାଲୋଚନା ମଧ୍ୟ କରିଛନ୍ତି । ଇସଲାମବାଦୀ କହିଛନ୍ତି କି ସେ ହିନ୍ଦୁ ଧର୍ମକୁ ପ୍ରମୋଟ କରୁଛନ୍ତି ଏବଂ ଇସଲାମ୍ ଧର୍ମ ପ୍ରତି ଅରୁଚି ଭାବ ରଖୁଛନ୍ତି । ଏପରିକି କିଛି କହିଛନ୍ତି ଯେ ଯଦି ତାଙ୍କୁ ହିନ୍ଦୁ ଧର୍ମ ଏତେ ପସନ୍ଦ ତେବେ ସେ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ହୋଇଯାଆନ୍ତୁ ।

ଜଣେ ୟୁଜର୍ ଲେଖିଛନ୍ତି ଯଦି ଆପଣ ନମାଜ୍ ପଢିପାରୁନାହାଁନ୍ତି ଏବଂ ରୋଜା ରଖିପାରୁନାହାଁନ୍ତି ତେବେ କିଛି କଥା ନାହିଁ କିନ୍ତୁ ମୁସଲିମ୍ ହୋଇ ଟିକ୍କା ଲଗାଇବା ବିଲକୁଲ୍ ଅନୁଚିତ୍ ।

ତେବେ କିଛି ଫ୍ୟାନ୍ସ ଶାମିଙ୍କୁ ସପୋର୍ଟ କରିଛନ୍ତି ଏବଂ ସେ ସାମିଙ୍କ ମୁକ୍ତ ଚିନ୍ତାଧାରାକୁ ପ୍ରଶଂସା ମଧ୍ୟ କରିଛନ୍ତି । କିଛି ୟୁଜର୍ସ ତାଙ୍କ ବିରୁଦ୍ଧରେ କମେଣ୍ଟ କରୁଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି ।

Leave a Reply

Your email address will not be published. Required fields are marked *