୨୨ ରନରେ ହାରିଲା ଭାରତ: ସିରିଜ କବଜା କଲା ନ୍ୟୁଜିଲାଣ୍ଡ

ଇଡେନପାର୍କ : ଇଡେନପାର୍କ ଷ୍ଟାଡିୟମ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ବିରାଟ ବାହିନୀ ୨୨ ରନରେ ପରାସ୍ତ ବିଜୟୀ ହୋଇଛି। ଏହାସହ ନ୍ୟୁଜିଲାଣ୍ଡ ସିରିଜକୁ ୨-୦ରେ ଅଗ୍ରଣୀ ଲାଭ କରିବା ସହ କବଜା କରିନେଇଛି। ରବୀନ୍ଦ୍ର ଜାଡେଜାଙ୍କ ଆକର୍ଷଣୀୟ ପାଳି ସତ୍ୱେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା। ଏହା ସହ ଟି୨୦ ପରାଜୟର ପ୍ରତିଶୋଧ ମଧ୍ୟ ନେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ନିର୍ଧାରିତ ୫୦ ଓଭରରେ ୮ ଓ୍ୱିକେଟ ହରାଇ ୨୭୩ ରନ କରିବାକୁ ସକ୍ଷମ ହୋଇଥିଲା। ଓପନର ମାର୍ଟିନ୍ ଗୁପ୍ଟିଲ ଓ ହେନରୀ ନିକୋଲସ ଦୃଢ ଆରମ୍ଭ କରିଥିଲେ। ଗୁପ୍ଟିଲ ୭୯ ରନ କରିଥିବା ବେଳେ ନିକୋଲସ ୪୧ ରନ କର ଆଉଟ ହୋଇଥିଲେ। ତେବେ ମଧ୍ୟକ୍ରମ ବ୍ୟାଟସମ୍ୟାନ କିଛି କରିପାରି ନଥିଲେ। କେବଳ ରସ ଟେଲର ହିଁ ନଟଆଉଟ ରହିବା ସହ ୭୩ ରନ କରି ଦଳକୁ ଏକ ସମ୍ମାନଜନକ ସ୍କୋର ଦେଇଥିଲେ। ଦଳ ୮ ଓ୍ୱିକେଟ୍ ବିନିମୟରେ ୨୭୩ ରନ କରିଥିଲେ।

ଭାରତ ପକ୍ଷରୁ ୟୁଜବେନ୍ଦ୍ର ଚହଲ ସର୍ବାଧିକ ୩ଟି ଓ୍ୱିକେଟ୍ ନେଇଥିବା ବେଳେ ଶର୍ଦୁଳ ଠାକୁର ୨ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଓ୍ୱିକେଟ୍ ନେଇଥିଲେ।

୨୭୪ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିଲା। ଦଳ ପ୍ରଥମେ ମୟଙ୍କ ଅଗ୍ରଓ୍ୱାଲଙ୍କ ଓ୍ୱିକେଟ ହରାଇଥିଲେ। ପରେ ପୃଥ୍ୱୀ ଶ ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ସେ ୨୪ ରନ କରିଥିଲେ। ଅଧିନାୟକ ବିରାଟ କୋହଲି ମଧ୍ୟ ୧୫ ରନ କରି ଆଉଟ ହୋଇଥିଲେ। ଫଳରେ ଦଳର ମେରୁଦଣ୍ଡ ଭାଙ୍ଗିଯାଇଥିଲା। କେଏଲ ରାହୁଲ ୪ ରନ କରି ଆଉଟ ହେବା ପରେ ଭାରତର ବିଜୟ ଆଶା ମଉଳି ଯାଇଥିଲା।

ଶ୍ରେୟସ ଆୟାର ଓ ରବୀନ୍ଦ୍ର ଜାଡେଜା ଦଳର ସ୍ଥିତିକୁ ସୁଧାରିବା ପାଇଁ ପ୍ରାୟସ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଆୟାର ୫୨ ରନ କରି ଆଉଟ ହୋଇଥିଲେ। ତେବେ ଜାଡେଜା ୫୫ ରନ କରିଥିଲେ। ସେ ନବଦୀପ ସଇନୀଙ୍କ ସହ ଅର୍ଧଶତକୀୟ ଭାଗିଦାରୀ କରି ବିଜୟର ଆଶା ସୃଷ୍ଟି କରିଥିଲେ। ସାଇନ ୪୫ ରନ କରି ଆଉଟ ହୋଇଥିଲେ। ତେବେ ଜାଡେଜା ଆଉଟ ହେବା ପରେ ଦଳ ପରାଜୟର ସ୍ୱାଦ ଚାଖିଥିଲା। ଦଳ ୪୮.୩ ଓଭରରେ ୨୫୧ ରନ କରି ଅଲଆଉଟ ହୋଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ହମିଶ ବେନେଟ, ଟିମ୍ ସାଉଦି, କୋଲିନ ଗ୍ରାଣ୍ଡହୋମ, କେଲ୍ ଜେମଲସନ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିଲେ।

Leave a Reply

Your email address will not be published. Required fields are marked *