ଅଣାୟତ୍ତ ହେଉଛି କରୋନା; ୧୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ : ଅଣାୟତ୍ତ ହେଉଛି କରୋନା। ଦିନକୁ ଦିନ ବଢିଚାଲିଛି ମୃତକଙ୍କ ସଂଖ୍ୟା। ଚୀନ୍‌ରେ  କରୋନା ମୃତ୍ୟୁ ସଂଖ୍ୟା ୧୦୦୦ ଟପିଛି । ହୁବେଇ ଓ ଉହାନରେ ସ୍ଥିତି ଅଣାୟତ୍ତ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୮୦୦ରେ ପହଞ୍ଚିଛି।

ଗତକାଲି ହୁବେଇରେ ୧୦୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ଏହାଛଡ଼ା ଗୋଟିଏ ଦିନରେ ଗତକାଲି ୨ ହଜାର ୯୭ ଜଣ ନୂଆକରି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ୨୪ଟି ଦେଶରେ ୩୧୯ ଜଣଙ୍କଠାରେ ନବୋଲେ କରୋନା ଭାଇରସ ପଜିଟିଭ୍ ଚିହ୍ନଟ ହୋଇଛି।

ଅନ୍ୟପକ୍ଷରେ ରୋଗୀଙ୍କ ଦେଖାଶୁଣା କରୁଥିବା ୧ ଲକ୍ଷ ୨୩ ହଜାର ୮୨୭ ଜଣ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ବି ନଜର ରଖାଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଭାରତ ସରକାର ଜାନୁଆରୀ ୧୫ ପରେ ଚୀନ ଯାଇଥିବା ବିଦେଶୀଙ୍କୁ ଭାରତ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *