ପତ୍ନୀ ସୁନିତାଙ୍କ ଜନ୍ମଦିନରେ କେଜ୍ରିଓ୍ବାଲଙ୍କ ଉପହାର: ଦିଲ୍ଲୀରେ APP ସରକାର

ନୂଆଦିଲ୍ଲୀ,୧୧।୨: ଆମ ଆଦମୀ ପାର୍ଟି ପାଇଁ ଆଜି ବହୁତ ବଡ ଦିନ। ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦଳର ବିପୁଳ ବିଜୟ ବ୍ୟତୀତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପତ୍ନୀ ସୁନିତା କେଜ୍ରିଓ୍ବାଲଙ୍କର ଆଜି ଜନ୍ମଦିନ ମଧ୍ୟ ରହିଛି। ସୋସିଆଲ ମିଡିଆରେ ଲୋକମାନେ ସୁନିତାଙ୍କୁ ତାଙ୍କର ୫୪ ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏଥର ଜନ୍ମଦିନରେ କେଜ୍ରିଓ୍ବାଲ ତାଙ୍କୁ ଦେଇଛନ୍ତି ସବୁଠାରୁ ବଡ ଉପହାର। ତାହା ହେଲା ଦିଲ୍ଲୀ ବିଜୟର ଉପହାର।

ଏଥର ନିର୍ବାଚନରେ ସୁନିତା ପ୍ରଥମ ଥର କେଜ୍ରିଓ୍ବାଲଙ୍କ ପାଇଁ ଲୋକଙ୍କ ପାଖକୁ ଯାଇ ଭୋଟ ମାଗୁଥିବାର ଦେଖିବାକୁ ମିଳିଥିଲେ। ଏହା ପୂର୍ବରୁ ସେ ଆଇଆରଏସ୍ ଅଫିସର ହେବା କାରଣରୁ ନିଜର ପ୍ରୋଟୋକଲ ଫଲୋ କରୁଥିଲେ। କିନ୍ତୁ କିଛି ବର୍ଷ ପୂର୍ବେ ସେ ପରିବାର ଲୋକଙ୍କ ପାଇଁ ନିଜର ଚାକିରିରୁ ଇସ୍ତଫା ଦେଇଥିଲେ।

କେଜ୍ରିଓ୍ବାଲଙ୍କ କ୍ଲାସମେଟ୍ ଥିବା ସୁନିତା ତାଙ୍କ ସ୍ବାମୀଙ୍କ ସହିତ ଖୁବ୍ ଭଲ ବୁଝାମଣା ରକ୍ଷା କରି ପାରିବାରିକ ଜୀବନ ସହିତ ରାଜନୈତିକ ଜୀବନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନିକଟରେ ଯେତେବେଳେ ସେ ‘ଡୋର ଟୁ ଡୋର’ ପ୍ରଚାର କରୁଥିଲେ, ବିଜେପି ନେତାମାନେ କେଜ୍ରିଓ୍ବାଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ଏହାର ଜବାବରେ ସୁନିତା କହିଥିଲେ ଦିଲ୍ଲୀର ଜନତା ତାଙ୍କୁ ଉଚିତ୍ ଜବାବ୍ ଦେବେ।

ଆଜି ଯେତେବେଳେ ରେଜଲ୍ଟ ବାହାରିବାର ଦିନ, ଆମ୍ ଆଦମୀ ପାର୍ଟି ସବୁଠାରୁ ଆଗରେ ରହିଛି। ଟ୍ବିଟରରେ ସୁନିତାଙ୍କୁ ଲୋକ କହୁଛନ୍ତି, ମ୍ୟାମ୍ ଆପଣଙ୍କୁ ଆଜି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ସବୁଠାରୁ ବଡ ଉପହାର ଦେଇଛନ୍ତି। ସେ ପୁଣିଥରେ ସଫଳ ହୋଇ ଆପଣଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି।

ଉଲ୍ଲେଖନୀୟ ଯେ, କେଜ୍ରିଓ୍ବାଲ ଓ ସୁନିତା ଭାରତୀୟ ରାଜସ୍ବ ସେବା ପରୀକ୍ଷା(ଆଇଆରଏସ୍) ପାସ୍ କରିବା ପରେ ନାଗପୁର ସ୍ଥିତ ରାଷ୍ଟ୍ରୀୟ ପ୍ରଶାସନିକ ଏକାଡେମୀରେ ପ୍ରଥମ ଥର ଦେଖା ହୋଇଥିଲେ। ଏହି ସମୟରେ ଦୁହେଁ ପରସ୍ପରକୁ ଖୁବ୍ ପସନ୍ଦ କରିଥିଲେ। କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ସୁନିତାଙ୍କୁ ପ୍ରଥମ ଥର ପାଇଁ କେଜ୍ରିଓ୍ବାଲ ପ୍ରପୋଜ କରିଥିବା ବେଳେ ସୁନିତା ବିଳମ୍ବ ନକରି ରାଜି ହୋଇଯାଇଥିଲେ। ଏହାପରେ ବିବାହ ହୋଇଥିଲା।ଦୁହିଁଙ୍କର ପ୍ରେମର ସନ୍ତକ ଭାବରେ ପୁଅ ଏବଂ ଝିଅ ଅଛନ୍ତି।

Leave a Reply

Your email address will not be published. Required fields are marked *