ପୁଣି ହ୍ରାସ ପାଇଲା ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ପୁଣି ହ୍ରାସ କରାଯାଇଛି। ଆଜି ପେଟ୍ରୋଲର ମୂଲ୍ୟ ୧୬ ପଇସା ହ୍ରାସ କରି ୭୧.୯୪ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି କରାଯାଉଛି। ସେହିଭଳି ଡିଜେଲର ମୂଲ୍ୟ ୨୦ ପଇସା ହ୍ରାସ କରି ୬୪.୮୭ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି କରାଯାଉଛି।

ସରକାରୀ ତେଲ କମ୍ପାନି ମୂଲ୍ୟର ସମୀକ୍ଷା କରିବା ପରେ ପ୍ରତିଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସ୍ଥିର କରିଥାଏ। ଇଣ୍ଡଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ପ୍ରତିଦିନ ଆଧାରରେ ୬ଟାରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ସଂଶୋଧନ କରିଥାଏ ଏବଂ ଜାରି କରିଥାଏ।  

ଜାଣନ୍ତୁ ଆଜିର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ

ଦିଲ୍ଲୀରେ ଏବେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୧.୯୪ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ପ୍ରତି ଲିଟର ପିଛା ୬୪.୮୭ ଟଙ୍କାରେ ବିକ୍ରି କରାଯାଉଛି। କୋଲକତାରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୪.୫୮ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ୬୭.୧୯ ଟଙ୍କା ପ୍ରତି ଲିଟର ରହିଛି। ମୁମ୍ବାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୭.୭୬ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ୬୭.୯୮ ଟଙ୍କା ପ୍ରତି ଲିଟର ରହିଛି। ଚେନ୍ନାଇରେ ୧ ଲିଟର ପେଟ୍ରୋଲର ମୂଲ୍ୟ ୭୪.୯୦ ଟଙ୍କା ରହିଛି। ସେହିପରି ୧ ଲିଟର ଡିଜେଲ ୬୮.୫୦ ଟଙ୍କା ପ୍ରତି ଲିଟର ରହିଛି।

Leave a Reply

Your email address will not be published. Required fields are marked *