
୨୦୦୫ ମସିହାରେ ପରଦାକୁ ଆସିଥିଲା ବଲିଉଡ୍ ସିନେମା ‘ଦଶ୍’ । ଏହାର ଟାଇଟଲ୍ ଟ୍ରାକ୍ ‘ଦଶ୍ ବହାନେ’ ସେତେବେଳେ ଧୁମ୍ ମଚାଇ ଥିଲା । ପ୍ରସିଦ୍ଧ କମ୍ପୋଜର ବିଶାଲ୍ ଦଦଲାନି ଓ ଶେଖର ରାଭଜିଆନି ଏହାକୁ କମ୍ପୋଜ୍ କରିଥିଲେ । ଗୀତରେ ଅଭିଶେକ ବଚ୍ଚନ୍ ଓ ଜାୟଦ୍ ଖାନ୍ ଅଭିନୟ କରୁଥିବାର ନଜର ଆସିଥିଲେ । ଡ୍ୟାନ୍ସରେ ଥିବା ହୁକ୍ ଷ୍ଟେପ୍ ସମସ୍ତଙ୍କ ପସନ୍ଦ ଆସିଥିଲା ।
ଏବେ ସିନେମା ‘ବାଗୀ ୩’ ପାଇଁ ଏହି ଗୀତକୁ ରିମେକ୍ କରାଯାଇଛି । ମ୍ୟୁଜିକ୍ ପୁରୁଣା ଯୋଡି ବିଶାଲ୍ ଦଦଲାନି ଓ ଶେଖର ରାଭଜିଆନି ଦେଇଥିବା ବେଳେ ଶାନ୍, ତୁଲସୀ କୁମାର ଏବଂ କେକେ ଏହି ରିମେକ୍ ଟ୍ରାକ୍ କୁ ଗାଇଛନ୍ତି । ଆଜି ‘ୟୁ ଟୁବ୍’ ରେ ଅଫିସିଆଲ୍ ଗୀତଟିକୁ ରିଲିଜ୍ କରାଯାଇଛି । ଶ୍ରଦ୍ଧା କପୁର୍ ଓ ଟାଇଗର୍ ଶ୍ରଫ୍ ଙ୍କ ଡ୍ୟାନ୍ସ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସୁଛି । ଗୀତଟି ମ୍ୟୁଜିକାଲ୍ ହିଟ୍ ହେବ ବୋଲି ଆଶା କରାଯାଉଛି ।
‘ବାଗୀ ୩’କୁ ସାଜିଦ୍ ନାଦିଆଦୱାଲା ପ୍ରଯୋଜନା କରିଥିବା ବେଳେ ଅହମ୍ମଦ ଖାନ୍ ନିର୍ଦ୍ଦେଶନା ଦେଇଛନ୍ତି । ସିନେମାଟି ମାର୍ଚ୍ଚ୍ ୬ ତାରିଖରେ ରିଲିଜ୍ ହେବ ।