ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜ୍ରିୱାଲ୍

ନୂଆଦିଲ୍ଲୀ :  ଦିଲ୍ଲୀରେ ଏବେ କେଜରିୱାଲ ସରକାର। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅରବିନ୍ଦ କେଜରିୱାଲ । ଲଗାତାର ୩ୟ ଥର ପାଇଁ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଗ୍ରହଣ କରିଛନ୍ତି । ତାଙ୍କୁ ଶପଥ ପାଠ କରାଇଲେ ଦିଲ୍ଲୀ ଉପଜିଲ୍ଲାପାଳ ।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ୬୨ସିଟ୍‌ରେ ଆକର୍ଷଣୀୟ ବିଜୟ ହାସଲ କରିଥିବା ଆମ୍‌ ଆଦମୀ ପାର୍ଟି ରାମଲୀଳା ମୈଦାନରେ ମହାସମାରୋହରେ ଶପଥ ଗ୍ରହଣ ଉତ୍ସବ ପାଳିଛି । କେଜରୀୱାଲଙ୍କ ସହ ଦିଲ୍ଲୀ ସରକାରର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି ।

ପୂର୍ବଥର ମନ୍ତ୍ରୀ ଥିବା ସମସ୍ତ କ୍ୟାବିନେଟ୍‌ ସଦସ୍ୟ ଯଥାକ୍ରମେ ,ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ୍‌, ଗୋପାଲ ରାୟ, କୈଲାସ୍ ଗେହଲଟ୍‌, ଇମ୍ରାନ୍‌ ହୁସେନ୍‌ ଏବଂ ରାଜେନ୍ଦ୍ର ପାଲ ଗୌତମ ଆଦି ମନ୍ତ୍ରୀମାନେ ଶପଥ ନେଇଛନ୍ତି ।

କେଜ୍ରିୱାଲ ପ୍ରଥମ ଥର ୪୯ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ଦ୍ୱିତୀୟ ଥରରେ ପୂରା ୫ ବର୍ଷ କ୍ଷମତାରେ ରହିଥିଲେ। ସଦ୍ୟ ସରିଥିବା ନିର୍ବାଚନରେ ତାଙ୍କ ଦଳ ମୋଟ ୭୦ଟି ଆସନରୁ ୬୨ଟିରେ ଜିତିଛି। ବିଜେପି ମାତ୍ର ୮ଟିରେ ସନ୍ତୁଷ୍ଟ ହୋଇଥିବାବେଳେ ଆପ୍‌ ପୂର୍ବରୁ କ୍ଷମତାରେ ଥିବା କଂଗ୍ରେସ ଖାତା ଖୋଲିପାରିନି।

Leave a Reply

Your email address will not be published. Required fields are marked *