କ୍ରିକେଟକୁ ଅଲବିଦା କହିଲେ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା

ଭୁବନେଶ୍ୱର : ଅନ୍ତର୍ଜାତୀୟ ଓ ପ୍ରଥମଶ୍ରେଣୀ କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ଅବସର ସମ୍ପର୍କିତ ଚିଠି ବିସିସିଆଇକୁ ପଠାଇଥିଲେ ପ୍ରଜ୍ଞାନ। ପ୍ରଜ୍ଞାନ ଟ୍ବିଟରରେ ଏକ ପୋଷ୍ଟ ମାଧ୍ୟମରେ ମଧ୍ୟ ଏହି ସମ୍ପର୍କରେ ଜଣାଇଥିଲେ। ନିଜର ଟ୍ଵିଟ ସହ ଏକ ପତ୍ର ସେ ସେୟାର କରିଛନ୍ତି ।

ଏହି ପତ୍ର ମାଧ୍ୟମରେ ସେ ବିସିସିଆଇ, ହାଇଦ୍ରାବାଦ କ୍ରିକେଟ ଆସୋସିଏସନ, ବେଙ୍ଗଲ କ୍ରିକେଟ୍‌ ଆସୋସିଏସନ, ଟିମ ସହକର୍ମୀ ଓ କ୍ରିକେଟ ପ୍ରେମୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗାମୀ ଦିନରେ କ୍ରିକେଟର ଉନ୍ନତି ପାଇଁ ଯୋଗଦାନ ଦେଇଚାଲିବେ ବୋଲି ସେ କହିଛନ୍ତି ।

୨୮ ଜୁନ ୨୦୦୮ରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ କ୍ୟାରିୟର ଆରମ୍ଭ କରିଥିବା ପ୍ରଜ୍ଞାନ ମୋଟ ୧୮ଟି ଦିନିକିଆ ଖେଳି ମୋଟ ୨୧ଟି ଓ୍ଵିକେଟ ଖେଳିଛନ୍ତି । ୨୪ ନଭେମ୍ବର ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ସେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ । ସେ ମୋଟ ୨୪ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଛନ୍ତି । ପ୍ରଜ୍ଞାନ ୬ଟି ଟି-ଟ୍ବେଣ୍ଟି ଖେଳି ୧୦ ଓ୍ବିକେଟ ନେଇଛନ୍ତି।

Leave a Reply

Your email address will not be published. Required fields are marked *