ଆତଙ୍କବାଦକୁ ବରଦାସ୍ତ କରିବେନି ଭାରତ ଓ ଆମେରିକା, ପାକିସ୍ତାନ ଉପରେ ଲାଗିବ ଲଗାମ୍: ଟ୍ରମ୍ପ୍

ନୁଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରିବାର ସହିତ ଅହମଦାବାଦ ପହଞ୍ଚିଛନ୍ତି । ତାଙ୍କ ବିମାନ ସୋମବାର ସକାଳ ପ୍ରାୟ ୧୧.୩୫ ମିନିଟରେ ଅହମଦାବାଦ ଏୟାରପୋର୍ଟରେ ପହଞ୍ଚିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ । ତେବେ ଆସନ୍ତୁ ଜାଣିବା ମୋଟେରାରେ କଣ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନଲ୍ଡ ଟ୍ରମ୍ପ…

ଏହି ଅବସରରେ ପିଏମ୍ ମୋଦି କହିଛନ୍ତି କି ପ୍ରେସିଡେଣ୍ଟ ଟ୍ରମ୍ପ ଏହି ଦଶକରେ ଭାରତ ଆସିବା ଏକ ଗୁରୁତ୍ୱପୂର୍ଣ୍ଣ ମୂହୂର୍ତ୍ତ । କାରଣ ଆମେ ସାରା ଦୁନିଆରେ ଶାନ୍ତି, ବିକାଶ ଓ ସୁରକ୍ଷାର ଏକ ପ୍ରଭାବଶାଳୀ ଯୋଗଦାନ କରିପାରିବୁ ।

ପିଏମ୍ ମୋଦି ଆହୁରି କହିଛନ୍ତି ଆଜି ଭାରତ ଦୁନିଆର ସବୁଠାରୁ ବଡ ହେଲ୍ଦ ଇନ୍ସୁରାନ୍ସ ସ୍କିମ୍ ଚଳାଉଛି  । ଭାରତ ଦୁନିଆର ସବୁଠାରୁ ବଡ ସେନିଟେଶନ ପ୍ରୋଗ୍ରାମ ଚଳାଉଛି । ଏହା ବ୍ୟତୀତ ଭାରତ ପାଖରେ ସବୁଠାରୁ ବଡ ଷ୍ଟାଡିୟମ୍ ମଧ୍ୟ ଅଛି । ଭାରତ ପାଖରେ ସବୁଠାରୁ ଅଧିକ ସାଟଲାଇଟ୍ ପଠାଇବା ୱର୍ଲ୍ଡ ରେକର୍ଡ ମଧ୍ୟ ରହିଛି । 

ପିଏମ୍ ମୋଦି କହିଛନ୍ତି କି ହ୍ୱାଇଟ୍ ହାଉସର ଯେତେବେଳେ ଦିପାବଳୀ ପାଳନ ହୁଏ ସେବେ ଟ୍ରମ୍ପ ସେଥିରେ ସାମିଲ ହୁଅନ୍ତି । ଆଜି ଭାରତ ଆମେରିକାର ସବୁଠାରୁ ଭରସାଯୋଗ୍ୟ ପାର୍ଟନର । ଆଜି ଭାରତର ସେନା ସବୁଠାରୁ ଅଧିକ ଏହି ଦେଶ ସହିତ ସୈନ୍ୟ ଅଭ୍ୟାସ କରିଥାଏ । ମୋଦି କହିଛନ୍ତି କି ସେ ଭାରତ ଓ ଆମେରିକା ମଧ୍ୟରେ ଏହି ବିଶ୍ୱାସକୁ ମଜଭୁତ ହେବା ଦେଖିଛନ୍ତି ।

ଟ୍ରମ୍ପଙ୍କ ଭାଷଣ ପରେ ପିଏମ୍ ମୋଦି କହିଛନ୍ତି କି ଟ୍ରମ୍ପ ଭାରତର ଗୌରବ ବଢାଇଛନ୍ତି । ଟ୍ରମ୍ପ ଗଡ୍ ବ୍ଲେସ୍ ଇଣ୍ଡିଆ, ଗଡ୍ ବ୍ଲେସ୍ ଆମେରିକା ଓ ୱିଇ ଲଭ୍ ଇଣ୍ଡିଆ କହି ନିଜ ଭାଷଣ ଆରମ୍ଭ କରିଥିଲେ । ଟ୍ରମ୍ପ ଗଙ୍ଗା, ଜାମା ମସଜିଦ୍ ଓ ମନ୍ଦିରମାନଙ୍କ କଥା କହିଛନ୍ତି । ସେ କହିଛନ୍ତି କି ଆସନ୍ତୁ ୨ ଦେଶ ମିଶି ଏକ ଶକ୍ତିଶାଳୀ ନେତୃତ୍ୱକୁ ଆଗକୁ ନେବା ।

ଟ୍ରମ୍ପ କହିଛନ୍ତି, ‘ମୋତେ ପୂରା ଭରସା ଅଛି ଭାରତ ଭବିଷ୍ୟତରେ ଅଧିକ ବେଗରେ ଆଗକୁ ବଢିବ । ଭାରତ ଜ୍ଞାନର ଧରିତ୍ରୀ । ଏହାର ସଂସ୍କୃତି ମହାନ୍ । ଏହି ଷ୍ଟାଡିୟମରେ ଯେଉଁ ଲକ୍ଷ ଲକ୍ଷ ଲୋକ ଅଛନ୍ତି ଇଣ୍ଡିଆ ସେହିମାନଙ୍କ ହୃଦୟରେ ଧଡକୁଛି ।  ଟ୍ରମ୍ପ କହିଛନ୍ତି ଏହି ମୋଟେରା ଷ୍ଟାଡିୟମ ବହୁତ ସୁନ୍ଦର । ଭାରତୀୟ ସଂସ୍କୃତିର ଝଲକ ରାସ୍ତାରେ ଦେଖିବାକୁ ମିଳୁଛି ।

ଟ୍ରମ୍ପ କହିଛନ୍ତି, ‘ମୋ ହୃଦୟରେ ଭାରତ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିବ ।’ ପ୍ରଧାନମନ୍ତ୍ରୀ ଭାରତ ପାଇଁ ଅଦ୍ଭୁତ ବୋଲି କହିଛନ୍ତି ଟ୍ରମ୍ପ । ଟ୍ରମ୍ପ କହିଛନ୍ତି କି ଆଜି ଭାରତ ତୀବ୍ର ବେଗରେ ନିଜ ସ୍ୱପ୍ନ ପୂରା କରୁଛି । ଭାରତ ସହ ବ୍ୟାପାରିକ ଚୁକ୍ତି କରିବା ପାଇଁ ଇଛୁକ ଥିବା ନେଇ କହିଥିଲେ ଟ୍ରମ୍ପ । ଏବଂ ଭାରତକୁ ଆଧୁନିକ ଏୟାରକ୍ରାଫ୍ଟ ଦେବାକୁ ମଧ୍ୟ ଚାହୁଁଥିବା ନେଇ ମନ କଥା ବଖାଣିଥିଲେ ଟ୍ରମ୍ପ ।

ଟ୍ରମ୍ପ ଆଗକୁ କହିଛନ୍ତି ଆମେ ଭାରତର ଲୋକଙ୍କୁ ପସନ୍ଦ କରୁ । ଭାରତର ଲୋକଙ୍କ ମଧ୍ୟରେ ଏକତା ବିଶ୍ୱ ପାଇଁ ଏକ ସନ୍ଦେଶ । ଟ୍ରମ୍ପ ନିଜ ଭାଷଣରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଷ୍ଟାଚ୍ୟୁ ଅଫ୍ ୟୁନିଟି କଥା ମଧ୍ୟ ଉଠାଇଥିଲେ । ଟ୍ରମ୍ପଙ୍କ ଅନୁସାରେ ଆମେରିକା ବର୍ଡର ଆତଙ୍କ ପାଇଁ ସବୁବେଳେ ବନ୍ଦ ରହିବ । ଏଥିପାଇଁ ଆମେ ଆମେରିକାରେ ଏଣ୍ଟ୍ରିକୁ କଡାକଡି କରିଛୁ ବୋଲି କହିଥିଲେ ଟ୍ରମ୍ପ । ଭାରତ ଓ ଆମେରିକା କେବେ ଆତଙ୍କବାଦକୁ ବରଦାସ୍ତ କରିବନି । ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଉପରେ ରୋକ ଲଗାଯିବ ବୋଲି କହିଛନ୍ତି ଟ୍ରମ୍ପ ।

ଅନ୍ୟପଟେ ମୋଦି କହିଛନ୍ତି ମେଲେନିୟା ଟ୍ରମ୍ପଙ୍କ ଉପସ୍ଥିତି ଆମ ପାଇଁ ସମ୍ମାନର କଥା । ଭାରତ ଓ ଆମେରିକା ସମ୍ପର୍କ ବହୁତ ଗଭୀର ବୋଲି କହିଛନ୍ତି ମୋଦି । ଗୋଟିଏ ଦେଶ ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଉପରେ ଗର୍ବ କରେ ଅନ୍ୟଟି ଷ୍ଟାଚ୍ୟୁ ଅଫ୍ ୟୁନିଟି ଉପରେ ଗର୍ବ କରେ ।

ପିଏମ୍ ମୋଦି କହିଛନ୍ତି କି ଏହି କାର୍ଯ୍ୟକ୍ରମରେ ନମସ୍ତେ ଶବ୍ଦର ଅର୍ଥ ବହୁତ ଗଭୀର । ଏହା ସଂସ୍କୃତ ଭାଷାର ଶବ୍ଦ । ଏହାର ଅର୍ଥ ଆମେ ମଣିଷ ନୁହେଁ ବରଂ ସେମାନଙ୍କ ଭିତରେ ଥିବା ଦେବତ୍ୱଙ୍କୁ ମଧ୍ୟ ସମ୍ମାନ କରୁ ।

Leave a Reply

Your email address will not be published. Required fields are marked *