ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ

ନୂଆଦିଲ୍ଲୀ/ଭୁବନେଶ୍ୱର : ରାଜ୍ୟସଭାର ୫୫ଟି ଆସନ ପାଇଁ ଆସନ୍ତା ମାର୍ଚ୍ଚ ୨୬ରେ ହେବ ନିର୍ବାଚନ। ଏନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି।

ରାଜ୍ୟସଭା ନିର୍ବାଚନ ପାଇଁ ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାସହ ମାର୍ଚ୍ଚ ୧୩ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ରହିଛି। ମାର୍ଚ୍ଚ ୨୬ ତାରିଖରେ ରାଜ୍ୟସଭାର ୫୫ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଭୋଟ୍‌ ଗ୍ରହଣ ହେବା ସହ ସଂଧ୍ୟା ୫ଟାରେ ଫଳାଫଳ ଘୋଷଣା ହେବ। ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ।

୧୭ଟି ରାଜ୍ୟର ୫୫ ଜଣ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ମାସରେ ଶେଷ ହେଉଛି। ଖାଲି ହେଉଥିବା ୫୫ଟି ଆସନ ମଧ୍ୟରୁ ଓଡ଼ିଶାର ୪ଟି ରାଜ୍ୟସଭା ଆସନ ରହିଛି।

Leave a Reply

Your email address will not be published. Required fields are marked *