ଦିଲ୍ଲୀରେ ଥମୁନି ହିଂସା: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି, ଉପଦ୍ରବକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ :  ନୂଆଦିଲ୍ଲୀରେ ସିଏଏ ବିରୋଧି ହିଂସା ବ୍ୟାପକ ହେବାରେ ଲାଗିଛି। ଏହାକୁ ନଜରରେ ରଖି ଗୃହ ମନ୍ତ୍ରାଳୟ ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି। ପ୍ରଥମେ ମୌଜପୁର, ଜଫରାବାଦ, ଚାନ୍ଦବାଗ ଓ କରାଓ୍ୱଲ ନଗରରେ କର୍ଫ୍ୟୁ ଲଗାଯାଇଥିବା ଖବର ଆସିଥିଲା। ଏବେ ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି।

ଉତ୍ତର ପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ହିଂସା ସୃଷ୍ଟି ହୋଇଛି। ଏବେ ସୁଦ୍ଧା ହିଂସାକାଣ୍ଡରେ ଜଣେ ପୋଲିସ କର୍ମୀ ସହିଦ ହେବା ସହ ୧୧ଜଣ ପ୍ରାଣ ହରାଇଛନ୍ତି। ଆହୁରି ମଧ୍ୟ ୨୦୦ ଜଣ ଆହତ ହୋଇଛନ୍ତି। ବିଭିନ୍ନ ସ୍ଥାନରେ ପଥର ମାଡ ସହଗାଡିମଟର  ପୋଡି, ଦମକଳ ଗାଡି ପୋଡିବା, ପୋଲିସ ଉପରେ ଆକ୍ରମଣ ଓ ସାମ୍ବାଦିକଙ୍କୁ ଆକ୍ରମଣ ଆଦି ମାମଲା ସାମ୍ନାକୁ ଆସିଛି।

ହିଂସାକୁ ନଜରରେ ରଖି ଗୃହମନ୍ତ୍ରୀ ଅମିତ ଶାହ ତ୍ରିବେନ୍ଦ୍ରମ ଗସ୍ତ ବାତିଲ କରିଛନ୍ତି। ତେବେ ଜାଫରାବାଦରେ ମହିଳାମାନଙ୍କ ଧାରଣାକୁ ହଟାଯାଇଛି। ଏହାସହ ସେଠାରେ ଆସନ୍ତାକାଲି ସମସ୍ତ ସ୍କୁଲ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆହୁରି ମଧ୍ୟ ସିବିଏସଇ ବୋର୍ଡ ପରୀକ୍ଷା ସ୍ଥଗିତ କରିବାକୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *