ତାହିର୍‌ ହୁସେନ୍‌ଙ୍କୁ ନିଲମ୍ବିତ କଲା ଆମ ଆଦ୍‌ମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ହାତ ଥିବା ଅଭିଯୋଗରେ ଦିଲ୍ଲୀ ପୁଲିସ୍‌ ଆପ୍‌ ନେତା ତାହିର୍‌ ହୁସେନ୍‌ଙ୍କ ନାମରେ ମାମଲା ରୁଜୁ କରିବା ପରେ ତାହିର୍‌ଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବିତ କଲା ଆମ୍‌ ଆଦମୀ ପାର୍ଟି। ଦିଲ୍ଲୀ ହିଂସାରେ ତାଙ୍କର ସନ୍ଦେହଜନକ ଭୂମିକା ରହିଥିବା ନେଇ ପୂର୍ବରୁ ବିଭିନ୍ନ ଭିଡିଓ ଆସିଥିଲା।

ଆଜି ପୁଲିସ୍‌ ଆମ୍‌ ଆଦମୀ ପାର୍ଟି ନେତା ତାହିର ହୁସେନ୍‌ଙ୍କୁ କବ୍‌ଜାକୁ ଆଣିବା ପାଇଁ ତାଙ୍କ ଘର ଉପରେ ଲଗାତାର ଚଢ଼ଉ କରିଥିଲା। ଏହାପରେ ତାଙ୍କ ନାମରେ ହତ୍ୟା, ହିଂସା ଓ ଜଳାପୋଡ଼ା ଆଦି ଦଫା ଲଗାଇ ଏଫ୍‌ଆଇଆର ରୁଜୁ କରିଥିଲା।

ଏହା ପୂର୍ବରୁ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସା ବେଳେ ଆମ୍ ଆଦମୀ ପାର୍ଟି ନେତା ତଥା କାଉନସିଲର ତାହିର ହୁସେନଙ୍କ ଘର ଛାତ ଉପରୁ ପେଟ୍ରୋଲ ବୋମା ଏବଂ ପଥର ମିଳିଥିବା ଅଭିଯୋଗ ହୋଇଥିଲା। ତେଣୁ ତାଙ୍କ ଉପରେ ସନ୍ଦେହ ଘନୀଭୂତ ହେବାରେ ଲାଗିଥିଲା। ତେବେ ତାହିର କହିଛନ୍ତି, ହିଂସାରେ ତାଙ୍କର କିଛି ଭୂମିକା ନାହିଁ। ପୁଲିସ୍‌ ଖଜୁରୀ ଖାସ୍‌ଠାରେ ଥିବା ତାହିରଙ୍କର ଏକ ଫ୍ୟାକ୍ଟ୍ରି ସିଲ୍‌ କରିଦେଇଛି।

Leave a Reply

Your email address will not be published. Required fields are marked *