ମହିଳା ଟି୨୦ ବିଶ୍ୱକପ: ସେମିଫାଇନାଲରେ ଭାରତ, ନ୍ୟୁଜିଲାଣ୍ଡ ୪ ରନରେ ପରାସ୍ତ

ନୂଆଦିଲ୍ଲୀ, ୨୭|୦୨: ଭାରତୀୟ ମହିଳା କ୍ରିକେଟ ଦଳ ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି। ଦଳ ଆଜି ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ୪ରନରେ ବିଜୟୀ ହୋଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶେଫାଳି ବର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୩ ରନ କରିପାରିଥିଲା। ଶେଫାଳି ୩୪ ବଲରୁ ଦ୍ରୁତ ୪୬ ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ତାନିଆ ଭାଟିଆ ୨୩ ରନ କରିଥିଲେ। ରାଧା ଯାଦବ ଓ ଶିଖା ପାଣ୍ଡେ ଯଥାକ୍ରମେ ୧୪ ଓ ୧୦ ରନ ସଂଗ୍ରହ କରିଥିଲେ। ଜବାବରେ ନ୍ୟଜିଲାଣ୍ଡ ୨୦ ଓଭରରେ ୬ ଓ୍ୱିକେଟ ହରାଇ କେବଳ ୧୨୯ ରନ ହିଁ କରିପାରି ଥିଲା।

ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନ ଓ ଦ୍ୱିତୀୟ ମ୍ୟାଚରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଥିଲା। ଏବେ ଭାରତ ଆସନ୍ତା ୨୯ ତାରିଖରେ ଶ୍ରୀଲଙ୍କା ସହ ସେମିଫାଇନାଲ ମୁକାବିଲା ଖେଳିବ। 

Leave a Reply

Your email address will not be published. Required fields are marked *