
ଭୁବନେଶ୍ୱର : ସିଏଏ ସଂସଦରେ ଆସିବା ପରେ ଅନ୍ୟ ଦେଶରେ ପ୍ରତାରିତ ଲକ୍ଷାଧିକ ହିନ୍ଦୁଙ୍କୁ ନାଗରିକତା ମିଳିବା ନେଇ ଆଇନ ହୋଇଛି। ବିରୋଧୀ ଦଙ୍ଗା କରୁଛନ୍ତି। ମିଛ କହିବା ସହ ଗୁଜବ ପ୍ରୟାସ କରୁଛନ୍ତି। ଜନତାଙ୍କୁ ଉସକାଉଛନ୍ତି। ଏହି ଆଇନରେ କୌଣସି ମୁସଲମାନଙ୍କ ନାଗରିକତା ଛଡେଇ ନିଆଯିବ ନାହିଁ। ସିଏଏ ମାନବାଧିକାରର ରକ୍ଷା କରିବା ପାଇଁ ଆସିଛି ବୋଲି ଭୁବନେଶ୍ୱରରେ ଆୟୋଜିତ ସିଏଏ ସପକ୍ଷ ରାଲିରେ ଯୋଗ ଦେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଅମିତ ଶାହ ଭୁବନେଶ୍ୱର ଜନତା ମଇଦାନରେ ସିଏଏ ସପକ୍ଷ ରାଲିରେ ଉଦବୋଧନ ଦେଇଛନ୍ତି। ଭାଷଣ ଆରମ୍ଭରେ ତାଙ୍କୁ ଗୁଜୁରାଟ ପରେ ଓଡିଶା ଦ୍ୱିତୀୟ ଘର ଭଳି ଲାଗେ ବୋଲି କହିଥିଲେ। ମହାପ୍ରଭୁ ଜଗନ୍ନାଥ ଉଭୟ ଓଡିଶା ଓ ଗୁଜରାଟ କୁ ଆଶୀର୍ବାଦ ଦେଇଥାନ୍ତି ବୋଲି କହିବା ସହ ଓଡିଶା ମାଟିର ବରପୁତ୍ରଙ୍କୁ ସ୍ମରଣ କରିଥିଲେ। ଏହାସହ ୮ଟି ଆସନରେ ବିଜେପିର ବିଜୟ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ।
କଂଗ୍ରେସକୁ ଟାର୍ଗେଟ କରି ଶାହ କହିଥିଲେ ଯେ, କଂଗ୍ରେସ କେବେ ରାମ ମନ୍ଦିର କଥା କହିନାହିଁ। ଏବେ ବିଜେପି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବା ପାଇଁ ଆଗେଇ ଆସିଛି। କାଶ୍ମୀରରୁ ଧାରା ୩୭୦ ହଟିଛି। ଅଗଷ୍ଟ ୫, ୨୦୧୯ ପରେ କାଶ୍ମୀର କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ମୁକୁଟ କରିଥିଲେ। ସିଏଏ ସଂସଦରେ ଆସିବା ପରେ ଲକ୍ଷାଧିକ ଅନ୍ୟ ଦେଶର ପ୍ରତାରିତ ହିନ୍ଦୁଙ୍କୁ ନାଗରିକତା ମିଳିବା ନେଇ ଆଇନ ହୋଇଛି। ବିରୋଧୀ ଦଙ୍ଗା କରୁଛନ୍ତି। ମିଛ କହିବା ସହ ଗୁଜବ ପ୍ରୟାସ କରୁଛନ୍ତି। ଜନତାଙ୍କୁ ଉସକାଉଛନ୍ତି। ଏହି ଆଇନରେ କୌଣସି ମୁସଲମାନଙ୍କ ନାଗରିକତା ଛିନ୍ନ ହେବ ନାହିଁ। ସିଏଏ ମାନବାଧିକାରର ରକ୍ଷା କରିବା ପାଇଁ ଆସିଛି।୨୦୨୪ ପୂର୍ବରୁ ୫ ଟ୍ରିଲିୟନ ଇକୋନୋମି କରିବା ପାଇଁ ମୋଦୀ ସରକାର ପ୍ରୟାସ କରୁଛନ୍ତି। ଭାରତୀୟ ଅର୍ଥବ୍ୟବସ୍ଥାକୁ କଂଗ୍ରେସ ୧୧ତମ ସ୍ଥାନରେ ଛାଡିଥିଲା। ମୋଦୀ ଏହାକୁ ପଞ୍ଚମ ସ୍ଥାନକୁ ଆଣିଛନ୍ତି।
ଶାହ ଆହୁରି କହିଥିଲେ ଯେ, ପୂର୍ବ ଭାରତରେ ବିଜେପି ପାଇଁ ଓଡିଶା ମାହୋଲ ସୃଷ୍ଟି କରିଥିଲା। ଓଡିଶାରେ ବିଜେପିକୁ ୯୨.୧ ଲକ୍ଷ ଭୋଟ ଦେଇଥିବା ବେଳେ ବିଜେଡିକୁ ୧ କୋଟି ଭୋଟ ମିଳିଛି। ଆଉ ଗୋଟିଏ ଲମ୍ଫ ପ୍ରଦାନ କଲେ ରାଜ୍ୟ ଶୀର୍ଷକୁ ଉଠିବ। ଏହାସହ ସେ ରାସ୍ତାଘାଟ, ସ୍ବଚ୍ଛ ପାଣି, ଉଜ୍ଜଳା ଯୋଜନା ଆଦି ଯୋଜନା ବାବଦରେ ହିସାବ ରଖିଥିଲେ। କଂଗ୍ରେସ ୨୦୦୯ରୁ ୨୦୧୪ ମଧ୍ୟରେ ଓଡିଶାକୁ ୭୯ ହଜାର କୋଟି ଟଙ୍କା ପ୍ରଦାନ କରିଥିଲାଯ କିନ୍ତୁ ବିଜେପି ସରକାର ୨୦୧୪ରୁ ୨୦୧୯ ମଧ୍ୟରେ ୨.୧୧ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଛି। ପାଇକ ସ୍ନାରକୀ, ଟେକ୍ସଟାଇଲ୍ ପାର୍କ ଭଳି ଅନେକ କାର୍ଯ୍ୟ ବିଜେପି ସରକାର କରିଛି। କେନ୍ଦ୍ର ସରକାର ପଠାଇଥିବା ଅର୍ଥକୁ ରାଜ୍ୟରେ ନେତୃତ୍ୱାଧୀନ ନବୀନ ସରକାର ଲୋକଙ୍କ ନିକଟରେ ପହଁଚାଇବାର ବ୍ୟବସ୍ଥା କରନ୍ତୁ ବୋଲି କହିବା ସହ ଉଦବୋଧନ ସମାପ୍ତ କରିଥିଲେ।