ଦୁବାଇରେ ଆୟୋଜିତ ହେବ ଏସିଆ କପ୍ !

ମୁମ୍ବାଇ, ୨୮|୦୨: ଚଳିତ ବର୍ଷ ଏସିଆ କପକୁ ନେଇ ନାନା ସସପେନ୍ସ ଲାଗି ରହିଥିଲା। ପାକିସ୍ତାନରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସାମିଲ ହେବନି ବୋଲି ରୋକଠୋକ ମନା କରିଥିଲା। ତେବେ ଏହା ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏହି ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ନହୋଇ ଦୁବାଇରେ ହେବ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି ଯେ, ଏସିଆ କପ୍ ଦୁବାଇରେ ଖେଳାଯିବ। ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ।

ସୂଚନାଯୋଗ୍ୟ, ପୂର୍ବରୁ ବିସିସିଆଇ ସ୍ପଷ୍ଟ ଭାବେ ଏସିଆ କପରେ ଭାରତ ସାମିଲ ହେବ ନାହିଁ ବୋଲି କହିଥିଲା। କାରଣ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ଓ ସୁରକ୍ଷା କାରଣରୁ ଦଳ ପାକିସ୍ତାନ ଗସ୍ତ ପାଇଁ ରାଜି ନଥିଲା। ସେହିପରି ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ଟି୨୦ ବିଶ୍ୱକପରେ ପାକିସ୍ତାନ ଭାଗ ନେବା ନାହିଁ ବୋଲି ଧମକ ଦେଇଥିଲା। ଫଳରେ କ୍ରିକେଟ ପ୍ରେମୀଙ୍କୁ ଝଟକା ଲାଗିଥିଲା। ୨ ଚିର ପ୍ରତିଦ୍ୱନ୍ଦ୍ୱୀ ବଡ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ନହେବା ଅନେକ ଗ୍ରହଣ କରିପାରି ନଥିଲେ। ତେବେ ଗାଙ୍ଗୁଲିଙ୍କ ମନ୍ତବ୍ୟ ପରେ ଫ୍ୟାନଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *