
ରାଜ୍ୟ ସରକାର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଅବହେଳା କରୁଛନ୍ତି। ତେଣୁ ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ କ୍ୟାପିଟାଲ୍ ଓ ପଶ୍ଚିମ କିମ୍ବା ଦକ୍ଷିଣ ଓଡ଼ିଶାରେ ସ୍ୱୟଂଶାସିତ ପରିଷଦ ସ୍ଥାପନ କରାଯାଉ। ରାଜ୍ୟ ସରକାର ଆଞ୍ଚଳିକ ବୈଷମ୍ୟତା କରୁଥିବା ଅଭିଯୋଗ କରି ପଶ୍ଚିମ ଓଡ଼ିଶାରେ ରାଜ୍ୟର ଦ୍ୱିତୀୟ ରାଜଧାନୀ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ।
ବଲାଙ୍ଗିରରେ ଆୟୋଜିତ ଏକ ବୈଠକରେ ଭକ୍ତ ଦାବି କରିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ଦ୍ୱିତୀୟ ସଚିବାଳୟ, ଦ୍ୱିତୀୟ ହାଇକୋର୍ଟ ଓ ଦ୍ୱିତୀୟ ଏଜି ଅଫିସ୍ ଆଦି ସ୍ଥାପନ କରାଯାଉ ନଚେତ୍ ଦଳଗତ ନିର୍ବିଶେଷରେ ବିରାଟ ଜନଆନ୍ଦୋଳନ ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ପରେ ଏନେଇ ସେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିଥିଲେ।