ମଧ୍ୟପ୍ରଦେଶ ପରେ ରାଜସ୍ଥାନ କଂଗ୍ରେସରେ ସଙ୍କଟ! ଅଶୋକ ଗେହଲତ ସରକାର ଟଳମଳ

Image: India TV

ନୂଆଦିଲ୍ଲୀ: ଏପଟେ ହୋଲିରେ ମଧ୍ୟପ୍ରଦେଶ ରାଜନୀତିରେ ଭୂମିକମ୍ପ ଘଟିଛି। ତେଣେ ଏଭଳି ଅବସ୍ଥା କଂଗ୍ରେସଶାସିତ ରାଜ୍ୟ ରାଜସ୍ଥାନରେ ବି ଦେଖିବାକୁ ମିଳିଛି। ଏହି କାରଣରୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତଙ୍କୁ ଦିଲ୍ଲୀ ଡାକିଛନ୍ତି। ଜଣେ ହୀରା ବ୍ୟବସାୟୀଙ୍କୁ ଅଶୋକ ଗେହଲତ ରାଜ୍ୟସଭା ପ୍ରାର୍ଥୀ କରିବାକୁ ଚାହୁଁଥିବା ବେଳେ ଏହାକୁ ବିରୋଧ କରୁଛନ୍ତି ରାଜସ୍ଥାନର ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍। ଏହାକୁ ନେଇ ତୀବ୍ର ମତଭେଦ ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ନିଜର ସମର୍ଥକ ବିଧାୟକମାନଙ୍କ ସହ ଖୁସ୍ ନଥିବା କୁହାଯାଉଛି। ଏହି କାରଣରୁ ଅନେକ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି।
ସୂଚନାଯୋଗ୍ୟ,୨୦୦ ଆସନବିଶିଷ୍ଟ ବିଧାୟକଙ୍କ ମଧ୍ୟରୁ ଏବେ କଂଗ୍ରେସର ବିଧାୟକଙ୍କ ସଂଖ୍ୟା ୧୦୦। ଏହାଛଡ଼ା ୬ ବିଏସପି ବିଧାୟକ ଓ ଜଣେ ଲୋକଦଳ ବିଧାୟକଙ୍କୁ ମିଶାଇ ଏହି ସଂଖ୍ୟା ୧୦୭ । ଅପରପକ୍ଷରେ ୧୩ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଏବେ ବିଜେପି ପାଖରେ ୭୨ଜଣ ବିଧାୟକ ଅଛନ୍ତି। ଅର୍ଥାତ୍ ଯଦି ସ୍ବାଧୀନ ବିଧାୟକମାନେ ବିଜେପିକୁ ସମର୍ଥନ ଦିଅନ୍ତି, ତେବେ ଅଶୋକ ଗେହଲତ ସରକାର ତିଷ୍ଠିବା କଷ୍ଟକର ମନେ ହେଉଛି।

ଏଣେ ଚର୍ଚ୍ଚା ହେଉଛି ଯେ କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ସଚିନ ପାଇଲଟଙ୍କର ଭେଟ ଯୋଇଛି। ଏଥିରୁ ଅନୁମାନ କରାଯାଉଛି ଯେ ରାଜସ୍ଥାନରେ ବି ମଧ୍ୟପ୍ରଦେଶ ଭଳି ରାଜନୀତିରେ ବଡ଼ ପରିବତ୍ତର୍ନ ହୋଇପାରେ।
ସୂଚନାଯୋଗ୍ୟ, ସିନ୍ଧିଆଙ୍କ ସମର୍ଥକ ୨୦ ଜଣ ବିଧାୟକ ସେମାନଙ୍କର ଇସ୍ତଫା ପତ୍ର ବିଧାନସଭାର ବାଚସ୍ପତି ଏବଂ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି।

Leave a Reply

Your email address will not be published. Required fields are marked *