ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି – ୬୦ରେ ପହଞ୍ଚିଲା

ନୂଆଦିଲ୍ଲୀ – ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହା ଏବେ ୬୦ରେ ପହଞ୍ଚିଛି । ବିଧବାରରେ ଆହୁରି ୧୦ ଜଣ ନୂଆ ରୋଗୀଙ୍କୁ ଚିହ୍ନଟ କରାଯାଇଛି ।

ସାରା ବିଶ୍ୱରେ ବି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱରେ ଆହୁରୁ ୪ ହଜାର ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ମଧ୍ୟରେ ୧୬ ଜଣ ଇଟାଲୀୟ ପର୍ଯ୍ୟଟକ ଥିବା ବେଳେ ବାକି ସମସ୍ତେ ଭାରତୀୟ। କୋବଳ କେରଳରୁ ଆଙୁରି ୮ଟି ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏବେ କେରଳରେ ଏକାଠି ହେବା ବିଭିନ୍ନ ଉତ୍ସବ, ବାହାଘର କିମ୍ବା ଅନ୍ୟ ଉତ୍ସବରେ ଲୋକମାନଙ୍କୁ ଏକାଠି ନ ହେବା ପାଇଁ କୁହାଯାଇଛି । ଇଟାଲୀରୁ ଫେରିଥିବା ଦମ୍ପତି ଓ ତାଙ୍କ ପୁଅଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କ ମଧ୍ୟରୁ ୮ ଜଣଙ୍କୁ କରୋନା ସଙ୍କ୍ରମଣ ହୋଇଛି ।

ଇଟାଲୀରୁ ଆସିଥିବା କେରଳରୁ ଏହି ଦମ୍ପତିଙ୍କୁ ନିକଟକରେ କରୋନା ଭାଇରସ୍‌ ନୋଭେଲ୍‌ କରୋନା ବା କୋଭିଡ୍‌ ୧୯ ଭାଇରସ୍‌ ଚିହ୍ନଟ ହୋଇଥିଲା ।

ଇରାନ୍‌ରେ ଫସିଥିବା ୫୪ ଜଣ ଭାରତୀୟଙ୍କୁ ସରକାର ଉଦ୍ଧାର କରି ଭାରତକୁ ଆଣିଛନ୍ତି । ସେମାନଙ୍କୁ ହିନ୍ଦୋନ ଏଯାରବେସ୍‌ରେ ୧୪ ଦିନ ପାଇଁ ଅଲଗା କରି ରଖାଯାଇଛି । ଭାରତୀୟ ବଂଶୋଦ୍ଭୋବଙ୍କର ଇଂଲଣ୍ଡରେ ମୃତ୍ୟ ହୋଇଛି ।
ଏବେ କରୋନା ସାରା ବିଶ୍ୱରେ ମହାମାରୀର ରୂପ ନେଇଛି । ଇଂଲଣ୍ଡରେ ଜଣେ ଏମ୍‌ପିଙ୍କୁ ମଧ୍ୟ କରୋନା ଭାଇରସ ସଂକ୍ରମଣ ହୋଇଥିବା ରିପୋର୍ଟ ଆସିଛି ।

Leave a Reply

Your email address will not be published. Required fields are marked *