ଭାଜପା ଶିବିରରେ ଜ୍ୟୋତିରାଦିତ୍ୟ: ରାଜ୍ୟ ସଭା ପାଇଁ ଶୁକ୍ରବାର କରିବେ ନାମାଙ୍କନ ପତ୍ର ଦାଖଲ

ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଧିବଦ୍ଧ ଭାବେ ଭାଜପାରେ ଯୋଗ ଦେଇଛନ୍ତି। ଏହି ଅବସରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଉପସ୍ଥିତ ଥିଲେ। ସେ ଶୁକ୍ରବାର ଭାଜପା ପକ୍ଷରୁ ମଧ୍ୟପ୍ରଦେଶରୁ ରାଜ୍ୟ ସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କୁହାଯାଉଛି। ଏହାପରେ ଭାଜପାର କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟଙ୍କୁ ସାମିଲ୍‌ କରାଯିବାର ଯୋଜନା ରହିଛି। କଂଗ୍ରେସ ଛାଡ଼ିବାର ୨୭ ଘଣ୍ଟା ପରେ ସେ ଭାଜପାରେ ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଜ୍ୟୋତିରାଦିତ୍ୟ କଂଗ୍ରେସରୁ ଇସ୍ତଫା ଦେଇଥିଲେ।

Leave a Reply

Your email address will not be published. Required fields are marked *