ଦେଢ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର –  ଜଟଣୀ ଅଞ୍ଚଳରୁ  ଦେଢ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରିଛି  କମିଶନରେଟ୍‌ ପୁଲିସ । ଏ ବିଷୟରେ ପୁଲିସ ଡିଜି  ଅଭୟଙ୍କ ସୂଚନା ଦେଇଛନ୍ତି । ମୋଟ୍ ୧.୭୪୯ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି । ଏହାର ଆନୁମାନିକ ଦେଢ କୋଟି ଉର୍ଦ୍ଧ୍ବ ହେବ ।

ଜଟଣୀ, ଏୟାରଫିଲ୍ଡ ଓ ପିପିଲି ଥାନା ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ସୋରଡାର ମାନସ ପରିଚ୍ଛା, ଗଞ୍ଜାମ ଜିଲ୍ଲା ବୁଗୁଡା ଅଞ୍ଚଳର ସନ୍ତୋଷ ଦାସ ଏବଂ ପୁରୀ ଜିଲ୍ଲା କଣାସ ଅଞ୍ଚଳର ମହେଶ୍ବର ସାହୁ  । ମାନସ ପରିଚ୍ଛା ଓ ସନ୍ତୋଷ ଦାସ ବିଟେକ୍ ଛାତ୍ର ।

ସେମାନଙ୍କ ନିକଟରୁ ଗୋଟିଏ ସ୍କର୍ପିଓ, ଗୋଟିଏ ବାଇକ୍‌ ଓ ମୋବାଇଲ୍ ଜବତ କରାଯାଇଛି  । ଏମାନେ ସମସ୍ତେ ବାହାରୁ ବ୍ରାଉନସୁଗାର ଆଣି ଖୋର୍ଦ୍ଧା, ପୁରୀ, ଜଟଣୀ ଅଞ୍ଚଳରେ ଛୋଟ ଛୋଟ ବ୍ୟବସାୟୀଙ୍କୁ ଦେଉଥିଲେ ।

Leave a Reply

Your email address will not be published. Required fields are marked *