ମିନିମମ୍‌ ବାଲାନ୍ସ ନିୟମ ବାଦ୍‌ ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ : ଦେଶର ପ୍ରମୁଖ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ପକ୍ଷରୁ ଏହାର ମିନିମମ୍‌ ବାଲାନ୍ସ ନିୟମକୁ ବାଦ ଦିଆଯାଇଛି। ଏହା ଫଳରେ ଏସ୍‌ବିଆଇରେ ଆକାଉଣ୍ଟ ଥିବା ଗ୍ରାହକଙ୍କ ଖାତାରେ ମିନିମମ୍‌ ଧାର୍ଯ୍ୟ ବାଲାନ୍ସ ନ ରଖିଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଏହାବାଦ ବ୍ୟାଙ୍କ ସଞ୍ଚୟ ଖାତା ଉପରେ ସୁଧହାରକୁ ୩%କୁ କମାଇ ଦେଇଛି। ଫଳରେ ୪୪.୫୧ କୋଟି ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହେବେ ବୋଲି ଜଣାପଡିଛି। ବ୍ୟାଙ୍କ ପକ୍ଷରୁ ଏସ୍‌ଏମ୍‌ଏସ୍‌ ଚାର୍ଜ ଛାଡ କରାଯାଇଛି। ଏହା ଦ୍ୱାରା ଗ୍ରାହକ ବେଶି ଆଶ୍ୱସ୍ତ ହେବେ ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।ବର୍ତ୍ତମାନ ଏସ୍‌ବିଆଇ ଏହାର ସେଭିଂ ଆକାଉଣ୍ଟଧାରୀଙ୍କୁ ୩.୨୫% ହାରରେ ସୁଧ ଦେଉଛି। ଏହା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ଉପରେ ଲାଗୁ ହେଉଛି। ୧ ଲକ୍ଷ ଟଙ୍କାରୁ ଉର୍ଦ୍ଧ ସଞ୍ଚୟ ଉପରେ ୩% ସୁଧହାର ରହିଛି। ସମସ୍ତ ସଞ୍ଚୟ ଖାତା ଉପରେ ହାରାହାରି ମାସିକ ବାଲାନ୍ସ ନିୟମକୁ ଉଠାଇ ଦେବାକୁ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏହା ଦ୍ୱାରା ୪୪.୫୧ କୋଟି ଗ୍ରାହକ ଲାଭବାନ ହେବେ। ମାସିକ ହାରାହାରି ବାଲାନ୍ସ ନିୟମ ମୁତାବକ ମେଟ୍ରୋ ଅର୍ଦ୍ଧ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲାଗି ବାଲାନ୍ସ ରଖିବା ସୀମା ଯଥାକ୍ରମେ ୩,୦୦୦ଟଙ୍କା, ୨୦୦୦ ଟଙ୍କା ଏବଂ ୧୦୦୦ ଟଙ୍କା ରହିଛି। ମିନିମମ୍‌ ବାଲାନ୍ସ ନ ରଖିବା ଉପରେ ବ୍ୟାଙ୍କ ପକ୍ଷରୁ ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ଟିକସ ଲାଗୁ ହେଉଛି।

Leave a Reply

Your email address will not be published. Required fields are marked *