କରୋନା ପାଇଁ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଆଇପିଏଲକୁ ଘୁଞ୍ଚାଇଲା ବିସିସିଆଇ

ମୁମ୍ବାଇ :  କରୋନା ପାଇଁ ଘୁଞ୍ଚିଲା ଆଇପିଏଲ । ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ଘୁଞ୍ଚିଲା ଆଇପିଏଲ । କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ବିସିସିଆଇ । ଆସନ୍ତା ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇଥାନ୍ତା ଆଇପିଏଲ ୨୦୨୦ । ତେବେ ଏହାକୁ ଘୁଞ୍ଚାଇ ଦେବାକୁ ନିଷ୍ପତି ହୋଇଛି ବୋଲି କହିଛନ୍ତି ରାଜୀବ ଶୁକ୍ଳା । ଦର୍ଶକଙ୍କ ସାମ୍ନାରେ ସୁରକ୍ଷିତ ଖେଳ ଉପସ୍ଥାପନ କରିବା ଆମର ଦାୟିତ୍ୱ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।ଲୋକଙ୍କ ସ୍ୱାସ୍ଥ୍ୟକୁ ନେଇ ଆମେ ଯଥେଷ୍ଟ ସର୍ତକ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି ।ଆଗକୁ ପଢନ୍ତୁ

ଏହାପୂର୍ବରୁ ଆଇପିଏଲକୁ ନେଇ ବଡ ଦ୍ୱନ୍ଦ୍ୱ ଲାଗି ରହିଥିଲା । ଏପରିକି ଆଇପିଏଲ ହେବ ନା ନାହିଁ ତାହାକୁ ନେଇ ସସପେନ୍ସ ଦେଖା ଦେଇଥିଲା । ଏପରିକି ଆଜି କେଜ୍ରିୱାଲ ସରକାର ଦିଲ୍ଲୀରେ ଆଇପିଏଲ ହେବ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ସେହିଭଳି ଗତ ୧୧ ତାରିଖରେ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତି ନେଇଥିଲା । ବିଦେଶୀ ନାଗରିକଙ୍କ ଉପରେ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ଭିସା କଟକଣା ଲଗାଇଥିଲେ କେନ୍ଦ୍ର ସରକାର । ତେଣୁ ବିଦେଶୀ ଖେଳାଳି ଆଇପିଏଲରେ ଭାଗ ନେଇପାରିବେ ନାହିଁ ବୋଲି ସସପେନ୍ସ ଦେଖା ଦେଇଥିଲା । ଆଉ ଏସବୁ ଭିତରେ ବିସିସିଆଇ ଆଇପିଏଲକୁ ଘୁଞ୍ଚାଇବାକୁ ନିଷ୍ପତି ନେଇଛି ।

Leave a Reply

Your email address will not be published. Required fields are marked *