ହ୍ୟାଣ୍ଡ୍‌ଶେକ୍‌ କୁ ନା; ଏବେ ନମସ୍କାର ଟ୍ରେଣ୍ଡ୍‌

ନୂଆଦିଲ୍ଲୀ: ଶେଷରେ ବିଶ୍ୱ ବୁଝିଲା ଭାରତୀୟ ସଂସ୍କୃତିର ମହତ୍ୱ। କରୋନାଠୁ ଦୂରେଇ ରହିବା ପାଇଁ ଏବେ ସମସ୍ତଙ୍କୁ ନମସ୍କାର।

ସାରା ବିଶ୍ୱରେ ଏବେ କରୋନା ଆତଙ୍କ ଯୋଗୁ ଚାରିଆଡ଼େ ଭୟର ବାତାବରଣ ଦେଖା ଦେଇଛି। ଏନେଇ ପରସ୍ପର ସହ ହାତ ନ ମିଳାଇବାକୁ ଆଡଭାଇଜରି ଜାରି କରାଯାଇଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶର ନେତାମାନେ ପରସ୍ପରକୁ ନମସ୍କାର କରି ଅଭିନନ୍ଦନ କରୁଥିବା ଦେଖିବାକୁ ମିଳିଛି।

ଆମେରିକା ଗସ୍ତରେ ଆସିଥିବା ଆୟର୍ଲାଣ୍ଡ ପ୍ରଧାନମନ୍ତ୍ରୀ ଲିଓ ଭାରାଦକର୍‌, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ  ଗୁରୁବାର ଦିନ ହ୍ୱାଇଟ୍‌ ହାଉସ୍‌ରେ ଭେଟିଥିଲେ। ଏହି ସମୟରେ ଲିଓ ଭାରାଦକର୍‌ ଓ ଟ୍ରମ୍ପ ପରସ୍ପରକୁ ନମସ୍କାର କରି ଅଭିନନ୍ଦନ ଜଣାଇଥିବା ଦେଖିବାକୁ ମିଳିଥିଲା। ଯାହା ବର୍ତ୍ତମାନର କରୋନା ଭାଇରସ୍‌ ସମୟରେ ଆବଶ୍ୟକ ବୋଲି ଉଭୟ ନେତା କହିଥିଲେ।

ନିକଟରେ ଟ୍ରମ୍ପ ଭାରତ ଗସ୍ତରେ ଆସିଥିବାବେଳେ କାହା ସହ ହାତ ମିଳାଇ ନ ଥିଲେ। ସମସ୍ତଙ୍କୁ ହାତଯୋଡ଼ି ଅଭିନନ୍ଦନ ଜଣାଇଥିଲେ। ଏହା ବହୁତ ସହଜ ବୋଲି ଟ୍ରମ୍ପ କହିଛନ୍ତି।

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ନମସ୍ତେ ଜରିଆରେ ଅଭିନନ୍ଦନ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *