
ଲିସବନ : ଜୁଭେଣ୍ଟସର ଡିଫେଣ୍ଡର ଡାନିଏଲ ରୁଗାନି (ଇଟାଲୀ) ‘କରୋନା’ର ଶିକାର ହୋଇଛନ୍ତି । ତାଙ୍କ ରିପୋର୍ଟ ପୋଜିଟିଭ ଆସିଛି । ତେଣୁ ରୁଗାନିଙ୍କ ସହ ଯୋଗାଯୋଗରେ ଆସିଥିଲା ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅନ୍ୟ କର୍ମକର୍ତ୍ତାଙ୍କୁ ଆଇସୋଲେସନରେ ରଖାଯାଇଛି । ଦଳର ଷ୍ଟାର ତାରକା କ୍ରିଷ୍ଟିଆନୋ ରୋନାଲ୍ଡୋ ମଧ୍ୟ ସେମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି । ସେ ଗତ କିଛି ଦିନ ହେଲା ମଡେଇରାରେ ରହିଛନ୍ତି ।
ସୂଚନା ଅନୁସାରେ, ରୋନାଲ୍ଡୋ କିଛି ଦିନ ହେଲା ମଡେଇରାରେ ରହୁଛନ୍ତି । ଯେହେତୁ ସେ ସାଥୀ ରୁଗାନିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତେଣୁ ତାଙ୍କୁ ନିରୀକ୍ଷଣରେ ରଖା ଯାଇଛି । ବର୍ତ୍ତମାନ ସୁଦ୍ଧା ରୋନାଲ୍ଡୋଙ୍କୁ ଆଇସୋଲେସନରେ ରଖାଯାଇ ନାହିଁ । କିନ୍ତୁ ସେ ଅନ୍ୟମାନଙ୍କ ଠାରୁ ଦୂରେଇ ରହିଛନ୍ତି । ଗତ ସପ୍ତାହରେ ରୋନାଲ୍ଡୋ ତାଙ୍କ ମାଆଙ୍କର ଦେହ ଖରାପ ଯୋଗୁ ମଡେଇରାରେ ପହଞ୍ଚିଥିଲେ ।