କରୋନା ମୁକାବିଲା ଲାଗି ସତର୍କ ରହିବାକୁ ପରାମର୍ଶ ଦେଲେ ସୁବ୍ରତ ବାଗଚୀ

ଭୁବନେଶ୍ୱର: ଓଡ଼ିଶାରେ କରୋନା ମୁକାବିଲା ଲାଗି ଦରକାର ୬ ମାସ ପ୍ରସ୍ତୁତି। କରୋନା ଭାଇରସକୁ ନଡ଼ରି କେବଳ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

କୋଭିଡ ୧୯ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହାର ସିଧାସଳଖ ମନିଟରିଂ କରୁଛନ୍ତି। ସମସ୍ତେ ଶାନ୍ତ ଓ ସଚେତନ ହୋଇ ପରିସ୍ଥିତିର ମୁକାବିଲା କରିବାକୁ ପରାମର୍ଶ  ବାଗଚୀ ପରାମର୍ଶ ଦେଇଛନ୍ତି।

ଏହାସହ ଚାଞ୍ଚଲ୍ୟ, ରହସ୍ୟ ଓ ଗୁଜବ ଠାରୁ ଦୂରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ତାସହ ସାମାଜିକ ଦୂରତ୍ୱ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି। ପ୍ରତିଦିନ ଅପରାହ୍ନ ସାଢେ ୪ଟାରେ ସରକାରଙ୍କ ପକ୍ଷରୁ କରୋନା ସଂପର୍କିତ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *