ଦେଶରେ କରୋନା ପୀଡିତଙ୍କ ସଂଖ୍ୟା ୧୨୬ ଛୁଇଁଲା

ଲଦାଖ, ଓଡିଶା, କାଶ୍ମୀର ରେ ଗୋଟିଏ ଲେଖାଏଁ, କେରଳରେ ୩ ଟି କରୋନା କେସ୍ ଆସିବା ପରେ ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ ୩୯ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଜଣେ ୩ ବର୍ଷର ଶିଶୁ ସମେତ ପିତା ମାତା ମଧ୍ୟ କରୋନା ଆକ୍ରାନ୍ତ ବୋଲି ଜଣାପଡିଛନ୍ତି ।

ମୁମ୍ବାଇର ପ୍ରସିଦ୍ଧ ସିଦ୍ଧ ବିନାୟକ ମନ୍ଦିର ସମେତ ଅଧିକ ଜନସମାଗମ ହେଉଥିବା ସ୍ଥାନ ଗୁଡିକୁ ଆଗାମୀ ନିର୍ଦେଶ ଆସିବା ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତି ନେଇଛି । ବିଦେଶରୁ ଆସୁଥିବା ଯାତ୍ରୀ ମାନଙ୍କୁ ୧୮ ମାର୍ଚ୍ଚ୍ ଠାରୁ ଆଗାମୀ ନିର୍ଦେଶ ମିଳିବା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।

ଏବେ ପର୍ଯ୍ୟନ୍ତ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଓ ୨ ଜଣ ଏହି ଭୂତାଣୁ ଯୋଗୁଁ ପ୍ରାଣ ହରାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *