ପୂର୍ବତନ CJI ରଞ୍ଜନ ଗୋଗୋଇ ରାଜ୍ୟସଭା ପାଇଁ ମନୋନୀତ

ନୁଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଛନ୍ତି । ରଞ୍ଜନ ଗୋଗୋଇ ୧୭ ନଭେମ୍ବରରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ ।  ଚିଫ୍ ଜଷ୍ଟିସ୍ ରୂପେ ଗୋଗୋଇଙ୍କ କାର୍ଯ୍ୟକାଳ ପ୍ରାୟ ସାଢେ ୧୩ ମାସ ଥିଲା । ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିଷ୍ପତ୍ତି ଗୁଡିକ ମଧ୍ୟରେ ରାମ ମନ୍ଦିର, ଚିଫ୍ ଜଷ୍ଟିସ୍ ଅଫିସ୍ ପବ୍ଲିକ୍ ଅଥୋରିଟି, ସାବରୀମାଳା ମାମଲା, ସରକାରୀ ବିଜ୍ଞାପନରେ ନେତାଙ୍କ ଫଟୋ ଉପରେ ପ୍ରତିବନ୍ଧକ ଲଗାଇବା ଆଦି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରହିଛି । ରାମ ମନ୍ଦିର ମାମଲାରେ ଗୋଗୋଇ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ ।

Leave a Reply

Your email address will not be published. Required fields are marked *