ଫାଶୀ ଖୁଣ୍ଟରେ ଝୁଲିଲେ ନିର୍ଭୟା ଦୋଷୀ

ନୂଆଦିଲ୍ଲୀ – ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀ । ମଧ୍ୟ ରାତ୍ରରେ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲେ ଦୋଷୀମାନଙ୍କ ଓକିଲ ଏପି ସିଂ । ସୁପ୍ରିମକୋର୍ଟ ଦୋଷୀମାନଙ୍କର ମାମଲାକୁ ପୁଣି ଖାରଜ କରିଥିଲେ । ଏହାପରେ ସକାଳ ୫ଟା ୩୦ରେ ଦିଲ୍ଲୀ ତିହାର ଜେଲ୍‌ରେ ନିର୍ଭୟା ଦୋଷୀ ଅକ୍ଷୟ କୁମାର ସିଂ, ପଓ୍ୱାନ ଗୁପ୍ତା , ବିନୟ ଶର୍ମା ଓ ମୁକେଶ ସିଂକୁ ଫାଶୀ ଦିଆଯାଇଛି ।

ନିର୍ଭୟାର ମାଆ ନ୍ୟାୟ ପାଇଥିବା କଥା କହିଛନ୍ତି । ୨୦୧୨ ମସିହା ଡିସେମ୍ବର ମାସରେ ଏହି ଦୋଷୀମାନେ ଜଣେ ପାରାମେଡିକାଲ୍‌ ଛାତ୍ରୀଙ୍କୁ ବସ୍‌ ଭିତରେ ଗଣ ଦୁଷ୍କର୍ମ କରିବା ପରେ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଏହାପରେ ଅଦାଲତ ଦୋଷୀମାନଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ । ପରେ ଫାଶୀରୁ ବର୍ତ୍ତିବା ପାଇଁ ଦୋଷୀମାନେ ଆଇନର ସମସ୍ତ ପ୍ରକ୍ରିୟାର ଆଶ୍ରୟ ନେଇଥିଲେ। ଶେଷରେ ଦୋଷୀମାନେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ।

Leave a Reply

Your email address will not be published. Required fields are marked *