
ନୁଆଦିଲ୍ଲୀ : କରୋନା ଭାଇରସ ଯୋଗୁଁ ଦେଶର ଏକ ବଡ ଭାଗକୁ ଲକଡାଉନ୍ କରିଦିଆଯାଇଛି । ଏହାକୁ ଦେଖି ସାରା ଦେଶରେ ବ୍ୟାଙ୍କରେ ଅଣ-ଜରୁରୀ ସେବାକୁ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଇଣ୍ଡିଆ ବ୍ୟାଙ୍କ ଆସୋସିଏସନ୍(ଆଇବିଏ) ରବିବାର ଏନେଇ ସୂଚନା ଦେଇଛି । ଏହା ବ୍ୟତୀତ ଆଇବିଏ ବ୍ୟାଙ୍କଗୁଡିକୁ କହିଛି କି କିଛି ବ୍ୟାଙ୍କ ଶାଖା ଖୋଲାଯିବ । କରୋନା ଭାଇରସ ବିପଦକୁ ନଜରରେ ରଖି ବ୍ୟାଙ୍କ ନିଜ ଷ୍ଟାଫଙ୍କ ସଂଖ୍ୟାରେ ୫୦ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇଛି ।
ମିଳିବ କେବଳ ଏହି ସୁବିଧା
ବର୍ତ୍ତମାନ ସମସ୍ତ ବ୍ୟାଙ୍କରେ ନଗଦ ଜମା ଏବଂ ପ୍ରତ୍ୟାହାର, ଚେକ୍ କ୍ଲିୟରାନ୍ସ ସୁବିଧା, ଟଙ୍କା ପଠାଇବା ଏବଂ ସରକାରୀ କାରବାର କରାଯିବ। ଏହା ବ୍ୟତୀତ ଅନ୍ୟ ସମସ୍ତ ସୁବିଧା ବନ୍ଦ ହୋଇଯାଇଛି।
ବ୍ୟାଙ୍କଗୁଡିକରେ ୫୦% କମ୍ କର୍ମଚାରୀ
ଅତି ଗୁରୁତ୍ୱପୂର୍ଣ୍ଣ ହେଲେ ହିଁ ବ୍ୟାଙ୍କ ଶାଖାକୁ ଯିବା ପାଇଁ ଆଇବିଏ ସମସ୍ତ ଗ୍ରାହକଙ୍କୁ ନିବେଦନ କରିଛି । କରୋନା ଭାଇରସ ହେତୁ ବ୍ୟାଙ୍କଗୁଡିକ ସେମାନଙ୍କର କର୍ମଚାରୀଙ୍କ ସଂଖ୍ୟା ୫୦% ହ୍ରାସ କରିଛନ୍ତି ଯାହା ଦ୍ୱାରା ଏହି ଭାଇରସ ବ୍ୟାପିବାକୁ ରୋକିହେବ ।