
କରୋନା ଭାଇରସର ମୁକାବିଲା ପାଇଁ ଆସନ୍ତା ୩୧ ଯାଏ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ। ଭାରତୀୟ ରେଲଓ୍ୱ ବୋର୍ଡ ପକ୍ଷରୁ ଗତକାଲି ଏଭଳି ନିଷ୍ପତ୍ତି ନିଆଯାଇଛି। ସମସ୍ତ ଦୂରଗାମୀ ମେଲ୍ ଓ ଏକ୍ସପ୍ରେସ୍ ସହିତ ଇଣ୍ଟରସିଟିକୁ ମଧ୍ୟ ବାତିଲ କରି ଦିଆଯାଇଛି। ସବୁ ପାସେଞ୍ଜର ଟ୍ରେନ୍ ମଧ୍ୟ ବାତିଲ ହୋଇଛି।
ତେବେ ମାଲବାହୀ ଟ୍ରେନ ଗୁଡ଼ିକ ପୂର୍ବପରି ଚଳାଚଳ କରିବ। ସେପଟେ କୋଲକତା ମେଟ୍ରୋ ସେବାକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଟ୍ରେନ୍ ଗୁଡ଼ିକ ଗତକାଲି ଭୋର୍ ୪ଟାରୁ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବେ କେବଳ ସେହି ଟ୍ରେନ୍ ଗୁଡ଼ିକ ଯାତ୍ରା କରିପାରିବ। ରେଲୱେର ଏଭଳି ନିଷ୍ପତ୍ତି ପରେ ଦେଶରେ ପ୍ରାୟ ୧୨ ହଜାର ଟ୍ରେନ୍ ବନ୍ଦ ରହିଛି। ଏହା ପୂର୍ବରୁ ଭାରତୀୟ ରେଲୱେ ପକ୍ଷରୁ ଯାତ୍ରୀଙ୍କ ପାଇଁ ଟିକେଟ୍ ବାତିଲ ପାଇଁ ଫି କାଟ୍ ବ୍ୟବସ୍ଥାକୁ ଉଠାଇ ଦେଇଥିଲା।