ଶାହୀନବାଗ ଆନ୍ଦୋଳନକାରୀଙ୍କୁ ହଟାଇଲା ଦିଲ୍ଲୀ ପୁଲିସ୍‌

Image: NDTV

ନୂଆଦିଲ୍ଲୀ: ଗତ କିଛି ମାସ ଧରି ସିଏଏ ବିରୋଧରେ ପ୍ରମୁଖ ଧାରଣାସ୍ଥଳ ପାଲଟିଥିବା ଶାହୀନବାଗରେ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି ପୁଲିସ୍‌। ସିଏଏ ବିରୋଧରେ ଏଠାରେ ବହୁ ସଂଖ୍ୟକ  ଆନ୍ଦୋଳନକାରୀ ଧାରଣା ଦେଇ ଆସୁଥିଲେ।

ତେବେ କରୋନା ଭାଇରସ୍‌ ଯୋଗୁ ଏହି ଆନ୍ଦୋଳନକାରୀମାନେ କିଛି ମାତ୍ରାରେ ନିଜେ ହଟିବା ଆରମ୍ଭ କରିବା ପରେ ପୁଲିସ୍‌ ଏମାନଙ୍କୁ ସମ୍ପୂର୍ଣ୍ଣ ହଟାଇବା ପ୍ରକ୍ରିୟା ଆରମ୍ଭ କରିଥିଲା।

ଏନେଇ ଦକ୍ଷିଣ ପୂର୍ବ ଦିଲ୍ଲୀ ଡିସିପି କହିଛନ୍ତି, ଲକ୍‌ ଡାଉନ୍‌ ପାଇଁ ଧାରଣାସ୍ଥଳରୁ  ସେମାନଙ୍କୁ(ଆନ୍ଦୋଳନକାରୀଙ୍କୁ) ହଟିବାକୁ କୁହାଯାଇଥିଲା। କିନ୍ତୁ ସେମାନେ ମନା କରିବାରୁ ଆମକୁ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଥିଲା। ଅଧିକ ଲୋକ ଏକାଠି ହେବା ବେଆଇନ ଘୋଷିତ ହୋଇଥିବାରୁ ପଦକ୍ଷେପ ନିଆଯାଇଥିଲା।

ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ପୁଲିସ୍‌ ଘଟଣାସ୍ଥଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହ ୧୪୪ ଧାରା ଜାରି କରିଥିଲା। 

ସୂଚନାଥାଉ କି, ଦିଲ୍ଲୀ ସରକାର ଆସନ୍ତା ମାର୍ଚ୍ଚ ୩୧ ଯାଏ ଲକ୍‌ ଡାଉନ ଘୋଷଣା

Leave a Reply

Your email address will not be published. Required fields are marked *