କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ମାନ, ନହେଲେ ୨୪ ଘଣ୍ଟା କର୍ଫ୍ୟୁ, ସୁଟ୍ ଆଟ୍ ସାଇଟ୍ ଅର୍ଡର : କେସିଆର୍

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରାଜ୍ୟବାସୀଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମାନିନେବାକୁ କହିଛନ୍ତି । ତେବେ ଜନସାଧାରଣ ଲକଡାଉନ୍ ଅର୍ଡରକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି । କେସିଆର୍ ସତର୍କ କରାଇଦେଇଛନ୍ତି ଯେ ଲକଡାଉନ୍ ଉଲ୍ଲଂଘନ କଲେ ରାଜ୍ୟ ସରକାର କଡା ପଦକ୍ଷେପ ନେବାକୁ ବାଧ୍ୟ ହେବେ, ଦରକାର ପଡିଲେ ରାଜ୍ୟରେ ୨୪ ଘଣ୍ଟା କର୍ଫ୍ୟୁ ଲଗାଯିବ ଏବଂ ଉଲ୍ଲଂଘନକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯିବ । ଲକଡାଉନ୍ କରି କାହାର କ୍ଷତି କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ, ବରଂ କରୋନା ଭାଇରସ୍ କିଭଳି ନ ବ୍ୟାପିବ ସେ ଦୃଷ୍ଟିରୁ ପଦକ୍ଷେପ ସ୍ୱରୁପ ଲକଡାଉନ୍ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ଅତ୍ୟାବଶ୍ୟକ ସେବା ଗୁଡିକ ଜାରି ରହିବ ବୋଲି କେସିଆର୍ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଏପର୍ଯ୍ୟନ୍ତ ତେଲେଙ୍ଗାନାରେ ୩୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଓ ୧୧୪ ଜଣଙ୍କ ନିକଟରେ ଲକ୍ଷଣ ଦେଖାଦେଉଥିବାରୁ ସେମାନଙ୍କୁ ଅଲଗା ରଖାଯିବା ସହ ନଜର ରଖାଯାଉଛି ।

Leave a Reply

Your email address will not be published. Required fields are marked *