ଆଗକୁ ସ୍ଥିତି ଜଟିଳ; ସତର୍କ ହୁଅ ନହେଲେ ୧୦ ଲକ୍ଷ ଛୁଇଁପାରେ: ସୁବ୍ରତ ବାଗଚୀ

ଭୁବନେଶ୍ୱର : ଆଜିଠାରୁ ମାତ୍ର ୪ ମାସ ତଳେ ଚାଇନାର ଉହାନରେ ପ୍ରଥମେ କରୋନା ଭୂତାଣୁ ଚିହ୍ନଟ କରାଯାଇଥିଲା। ଏବେ ଏହା ସାରା ବିଶ୍ୱରେ ଏହି ମହାମାରୀ କାୟା ବିସ୍ତାର କରିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩,୮୧,୭୬୧ ଛୁଇଁଛି। ଭାରତରେ ୫୧୧ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି। ଆମେରିକା ଓ ଇଟାଲୀର ଅବସ୍ଥାକୁ ଯଦି ନିରୀକ୍ଷଣ କରାଯାଏ ତେବେ ପ୍ରଥମ ଅତି ସାମାନ୍ୟ ସଂଖ୍ୟାରେ କରୋନା ଆକ୍ରାନ୍ତ ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଅପ୍ରତ୍ୟାଶିତ ଭାବେ ଏହାର ବିସ୍ଫୋରଣ ଘଟେ। ଏଣୁ ଆଗକୁ ବିସ୍ଫୋରକ ସ୍ଥିତି ଆସୁଛି। ଯେଉଁ ଦେଶ ସଂକ୍ରମିତ ସେମାନେ କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ଯାହା ଆକଳନ କରାଯାଉଛି, ଭାରତରେ ମେ ୩୧ ସୁଦ୍ଧା ଅତି କମ୍‌ରେ ୫୮ହଜାର ୬୪୩ଜଣ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। କିନ୍ତୁ ବିଶ୍ୱାସଯୋଗ୍ୟ ଆକଳନ ଅନୁସାରେ ତାହା ୧୦ ଲକ୍ଷ ଲୋକ ପାଖାପାଖି ପହଞ୍ଚିପାରେ। ତେବେ ଓଡ଼ିଶାରେ ସାଢ଼େ ଚାରିକୋଟି ଜନସଂଖ୍ୟା। ଏଣୁ ଅତିକମ୍‌ରେ ୨,୩୪୫ଜଣ ବ୍ୟକ୍ତି ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଭାରତରେ ଯଦି ୧୦ ଲକ୍ଷ ଲୋକେ ସଂକ୍ରମିତ ହେଲେ ଓଡ଼ିଶାରେ ୩୬ହଜାର ଲୋକ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି। ଏହାକୁ ରୋକିବା ପାଇଁ ସଚେତନତା ହିଁ ଏକମାତ୍ର ଉପାୟ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *