
ଭୁବନେଶ୍ୱର: ଓଡିଶାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ସୂଚନା ଦିଆଯାଇଛି । ଆକ୍ରାନ୍ତ ଜଣଙ୍କ ୬୦ ବର୍ଷୀୟ ବୃଦ୍ଧ ଓ ସେ ଭୁବନେଶ୍ୱରର ବାସିନ୍ଦା ବୋଲି ସ୍ୱାସ୍ଥ୍ୟ ବିଭାଗ ଜଣାଇଛି । ଆକ୍ରାନ୍ତ ବ୍ୟକ୍ତି ଜଣକ ୧୦ ତାରିଖରେ ଇଣ୍ଡିଗୋ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ତେବେ ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା କାରଣରୁ ଭୁବନେଶ୍ୱର ‘କର’ କ୍ଲିନିକ୍ କୁ ରୋଗୀ ନ ଯିବା ପାଇଁ ଟ୍ୱିଟରରେ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ରୋଗୀ ଜଣକ ୨୧ ତାରିଖରେ କର କ୍ଳିନିକ୍ କୁ ସ୍ୱାସ୍ଥ୍ୟ ପରୀକ୍ଷା ଲାଗି ଯାଇଥିଲେ । ବର୍ତ୍ତମାନ କ୍ଲିନିକ୍ ର ଡାକ୍ତର ଓ ଷ୍ଟାଫ୍ ମାନଙ୍କୁ ଆଇସୋଲେସନରେ ରଖାଯାଇଛି ।