ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୦୦ ପାର୍; ନେଲାଣି ୨୦ ଜୀବନ

ନୂଆଦିଲ୍ଲୀ : ମହାମାରୀ କରୋନା ଥମିବାର ନାଁ ନେଉନି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟୁଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟି ୭୭୫ରେ ପହଞ୍ଚିଛି ଏବଂ ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ସମଗ୍ର ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୫,୪୨,୫୩୩ ରେ ପହଞ୍ଚିଛି । ସେ ମଧ୍ୟରୁ ୨୪,୩୬୯ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୧,୨୬,୨୫୭ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

ଆମେରିକାରେ ସର୍ବାଧିକ ୮୫,୭୪୯ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେଠାରେ ମୃତ୍ୟୁ ସଂଖ୍ୟା ରହିଛି ୧,୩୦୪ । ଏହା ପଛକୁ ଚୀନରେ ୮୧,୩୪୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩,୨୯୨ଙ୍କ ମୃତ୍ୟୁ ଘଟିଛି । ଇଟାଲୀରେ ୮୦,୫୮୯ ଆକ୍ରାନ୍ତ ଥିବା ବେଳେ ୮,୨୧୫ (ବିଶ୍ୱରେ ସର୍ବାଧିକ) ଙ୍କ ମୃତ୍ୟୁ ଘଟିଛି ।

ବିଶ୍ୱର ୧୯୯ ଦେଶକୁ ଏହି ମହାମାରି ବ୍ୟାପିଯାଇଛି ।

Leave a Reply

Your email address will not be published. Required fields are marked *