
ସାରା ବିଶ୍ବ ପାଇଁ ମହାମାରୀ ପାଲଟିଥିବା କରୋନା ଭାଇରସକୁ ନେଇ ସମସ୍ତେ ଆତଙ୍କରେ ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସକୁ ନିୟନ୍ତ୍ରଣରେ ଆଣିବା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି। ଏହାଛଡା ଲକଡାଉନ ସମୟରେ ପ୍ରଭାବିତ ହୋଇଥିବା ଲୋକଙ୍କୁ ସାହାର୍ଯ୍ୟ କରିବାକୁ (PM-CARES) ଫଣ୍ଡ ତିଆରି କରିଛନ୍ତି। ଯାହା ମାଧ୍ୟମରେ ଦେଶବାସୀ ନିଜର ସ୍ବ-ଇଚ୍ଛାରେ ସାହାର୍ଯ୍ୟ କରିପାରିବେ। ପ୍ରଧାନମନ୍ତ୍ରୀ ମୋଦି ଆଜି ଟ୍ବିଟ୍ କରି ଲୋକଙ୍କୁ ସାହାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି। ଆଉ ଏହି ଫଣ୍ଡକୁ ସବୁଠାରୁ ପ୍ରଥମେ ବଲିଉଡ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି।
ମୋଦି ଟ୍ବିଟ୍ କରି ଲେଖିଥିଲେ ଏହି ଫଣ୍ଡ କରୋନା ଭାଇରସ୍ କାରଣରୁ ଉପୁଜିଥିବା ଏହି ବିପରୀତ ପରିସ୍ଥିତିରେ ଦରକାରୀ ଲୋକଙ୍କୁ ସାହାର୍ଯ୍ୟ କରିବାର ମାଧ୍ୟମ ପାଲଟିବ।’
ମୋଦିଙ୍କ ଅପିଲର କିଛି ମିନିଟ୍ ପରେ ଅଭିନେତା ଅକ୍ଷୟ କୁମାର ୨୫ କୋଟି ଟଙ୍କା ଦାନ କରିଛନ୍ତି। ଅକ୍ଷୟ ଟ୍ବିଟ୍ କରି ଲେଖିଛନ୍ତି, ଏହା ଏଭଳି ଏକ ସମୟ ଯେବେ କୌଣସି ମଣିଷର ଜୀବନ ଖୁବ୍ ମୂଲ୍ୟବାନ। ଏଭଳି ସ୍ଥିତିରେ ସାହାର୍ଯ୍ୟ କରିବା ପାଇଁ ଜରୁରୀ ପଦକ୍ଷେପ ଆମକୁ ଉଠାଇବାକୁ ପଡିବ। ମୁଁ ନିଜର ସେଭିଂରୁ ୨୫ କୋଟି ଟଙ୍କା ଦାନ କରିଛି। କାରଣ ଯଦି ଜୀବନ ଅଛି ତେବେ ଦୁନିଆ ଅଛି।’