
ନୁଆଦିଲ୍ଲୀ : ଟାଟା ଟ୍ରଷ୍ଟ କରୋନା ମହାମାରୀର ମୁକାବିଲା ପାଇଁ ୫୦୦ କୋଟି ଟଙ୍କା ସାହାଯ୍ୟ କରିବ । ଏହି ଫଣ୍ଡକୁ ପର୍ସନାଲ୍ ପ୍ରୋଟେକ୍ଟିଭ୍ ଇକ୍ୱିପମେଣ୍ଟ, ଟ୍ରିଟମେଣ୍ଟ ଓ ଟେଷ୍ଟିଂ କିଟ୍ ଉପରେ ଖର୍ଚ୍ଚ କରାଯିବ । ଏହା ସିହତ ଏହି ଫଣ୍ଡର ବ୍ୟବହାର ମଡ୍ୟୁଲାର ଟ୍ରିଟମେଣ୍ଟ ଫ୍ୟାସିଲିଟି, ହେଲ୍ଦ ୱର୍କର୍ସଙ୍କ ଟ୍ରେନିଂ ଓ ସାଧାରଣ ଲୋକଙ୍କ ସଚେତନ କରିବା ପାଇଁ ମଧ୍ୟ ଖର୍ଚ୍ଚ ହେବ । ଶନିବାର କମ୍ପାନୀ ଏକ ବୟାନ ଜାରି କରି ଏହି ସୂଚନା ଦେଇଛି ।
କଣ କହିଲେ ରତନ ଟାଟା:
ଏହା ଉପରେ ଟାଟା ଗ୍ରୁପର ଚେୟାରମ୍ୟାନ୍ ରତନ ଟାଟା କହିଛନ୍ତି କି ଭାରତ ସମେତ ସାରା ଦୁନିଆରେ କରୋନା ଭାଇରସ ସଂକ୍ରମଣ ସ୍ଥିତି ଚିନ୍ତାଜନକ ଏବଂ ଏହା ଉପରେ ବିଶେଷ ଧ୍ୟାନ ଦିଆଯିବା ଉଚିତ୍ । ଗତ ସମୟରେ ମଧ୍ୟ ଦେଶର ଆବଶ୍ୟକତା ସମୟରେ ଟାଟା ଗ୍ରୁପ ସବୁବେଳେ ଆଗେଇ ଆସିଛି । ବର୍ତ୍ତମାନ ସ୍ଥିତିରେ ବିଶେଷ ଧ୍ୟାନ ଦେବା ଆବଶ୍ୟକତା ରହିଛି ।
କିଛି ଦିନ ପୂର୍ବରୁ ଉଦ୍ୟେଗ ଜଗତର ଅନେକ ହସ୍ତୀ କରୋନା ମୁକାବିଲା ପାଇଁ ଫଣ୍ଡ ଦେବାପାଇଁ ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରେ ପେଟିଏମ ସଂସ୍ଥାପକ ବିଜୟ ଶେଖର ଶର୍ମା, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା, ବେଦାନ୍ତ ପ୍ରମୁଖ ଅନିଲ ଅଗ୍ରୱାଲ, ୱିପ୍ରୋ ଅଜିମ ପ୍ରେମଜି, ଆକ୍ସିସ୍ ବ୍ୟାଙ୍କ୍ ପ୍ରମୁଖ ଅମିତାଭ ଚୌଧୁରୀ ଓ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମୁକେଶ ଅମ୍ବାନୀଙ୍କ ନାଁ ମଧ୍ୟ ସାମିଲ । ଅନିଲ୍ ଅଗ୍ରୱାଲ ୧୦୦ କୋଟି ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି ।