‘ମନ୍‌ କି ବାତ୍‌’ରେ ଦେଶବାସୀଙ୍କୁ କ୍ଷମା ମାଗିଲେ ମୋଦି

ନୂଆଦିଲ୍ଲୀ: ସାମାଜିକ ଦୂରତା ବଢ଼ାଅ, ଭାବଗତ ଦୂରତା କମାଅ। ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରି ଏଭଳି ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ବର୍ତ୍ତମାନ ସମୟରେ କରୋନା ଭାଇରସ ଯୋଗୁ ଦେଶ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ଏ ପରୀପ୍ରେକ୍ଷୀରେ ମାସିକ କାର୍ଯ୍ୟକ୍ରମ ମନ କି ବାତ୍‌ର ଆଜିର ସଂସ୍କରଣରେ ଦେଶବାସୀଙ୍କୁ କୋରନା ମୁକାବିଲା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଲକ୍ ଡାଉନକୁ ନେଇ ଦୃଢ଼ ସଂକଳ୍ପ ହିଁ କରୋନାରୁ ଆମକୁ ଓ ଆମ ପରିବାରକୁ ରକ୍ଷା କରି ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କରୋନା ପାଇଁ ଦେଶ କଠିନ ସମୟ ଦେଇ ଗତି କରୁଛି ଏବଂ ଏଭଳି ସମୟରେ ପୂରା ଦେଶବାସୀ ଲକଡାଉନ ନିୟମକୁ ମାନି ଚଳିଲେ ହିଁ ଆମେ ଲଢୁଥିବା ଯୁଦ୍ଧକୁ ଜିତି ପାରିବା। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କର୍ତ୍ତବ୍ୟର ଆହ୍ୱାନରେ ଅହରହ କାମ କରୁଥିବା ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀ, ବ୍ୟାଙ୍କିଂ, ଆଇଟି ଓ ଇ କମର୍ସ ସଂସ୍ଥାରେ ନିୟୋଜିତ କର୍ମଚାରୀଙ୍କୁ ଭୁରି ଭୁରି  ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି।

ଏମାନଙ୍କୁ କରୋନା ବିରୋଧରେ ଲଢୁଥିବା ଯୁଦ୍ଧର ଆଗ ଧାଡ଼ିର ଯୋଦ୍ଧା ଭାବେ ଅବିହିତ କରିଥିବା ବେଳେ ସେମାନଙ୍କୁ ସାଲ୍ୟୁଟ୍ କରିବା ଉଚିତ୍ ବୋଲି କହିଛନ୍ତି। ସେହିଭଳି ଦେଶର ସୁରକ୍ଷା ଦୃଷ୍ଟିରୁ ଲକଡାଉନ ଭଳି କଠୋର ନିଷ୍ପତ୍ତି ନିଆଯାଇଥିବା ଏବଂ ଲୋକେ ନାନା ଅସୁବିଧା ଓ ଯନ୍ତ୍ରଣା ଭୋଗୁଥିବାରୁ ଏଥିପାଇଁ ସେ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।

Leave a Reply

Your email address will not be published. Required fields are marked *