ବଢିବନି ଲକ୍ ଡାଉନ୍ ସମୟସୀମା : କେନ୍ଦ୍ର ସରକାର

ନୂଆଦିଲ୍ଳୀ : କରୋନା ଭାଇରସ୍ ବ୍ୟାପୀବାକୁ ରୋକିବା ପାଇଁ ୨୧ ଦିନର ଲକଡାଉନ ସାରା ଦେଶରେ ଜାରି ରହିଛି। ତେବେ ଏହା ଭିତରେ କେନ୍ଦ୍ର ସରକାର ଆଜି ବଡ ଘୋଷଣା କରିଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ୨୧  ଦିନର ଲକଡାଉନକୁ ଆଗକୁ ବଢାଇବାର କୌଣସି ଯୋଜନା ନାହିଁ।

କ୍ୟାବିନେଟ୍ ସେକ୍ରେଟାରୀ ରାଜୀବ ଗୌବା ଏହାର ସୂଚନା ଦେଇଛନ୍ତି। ରାଜୀବ କହିଛନ୍ତି, ମୋତେ ଏଭଳି ରିପୋର୍ଟ ଦେଖିକି ଆଶ୍ଚର୍ଯ୍ୟ ଲାଗୁଛି ଯେ, ଲକଡାଉନ ଆଗକୁ ବଢାଇବାର କୌଣସି ଯୋଜନା ନାହିଁ। ବିଭିନ୍ନ ପ୍ରକାର ଗୁଜବ ଶୁଣିବାକୁ ମିଳୁଛି ଯେ, ୧୪ ଅପ୍ରେଲରୁ ଆହୁରି ଅଧିକ ଦିନ ପାଇଁ ଲକଡାଉନର ସମୟସୀମାକୁ ବଢାଇ ଦିଆଯାଇପାରେ। କିନ୍ତୁ ଏଭଳି କିଛି ହେବ ନାହିଁ ବୋଲି କ୍ୟାବିନେଟ୍ ସେକ୍ରେଟାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *